ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ ଦୃଷ୍ଟିରୁ ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏପରି ଖବରରେ କୌଣସି ସତ୍ୟତା ନାହିଁ ତଥା ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବୋର୍ଡ କହିଛି ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି - ଆଜି ସକାଳ ଠାରୁ, କିଛି ରିପୋର୍ଟ ଆମ ନଜରକୁ ଆସିଛି ଯେ ବିସିସିଆଇ ଏସିଆ କପ୍ ଏବଂ ମହିଳା ଏମର୍ଜିଙ୍ଗ୍ ଏସିଆ କପ୍ ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି, ଯାହା ଉଭୟ ଏସିସି (ଏସିଆନ କ୍ରିକେଟ ପରିଷଦ)ର ଇଭେଣ୍ଟ। ଏପରି ଖବରରେ ଏପର୍ଯ୍ୟନ୍ତ କୌଣସି ସତ୍ୟତା ନାହିଁ। ସେ କହିଛନ୍ତି ଯେ ଏସିସିକୁ କିଛି ଲେଖିବା ତ ଦୂରର କଥା ଏସବୁ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ବିସିସିଆଇ କୌଣସି ଆଲୋଚନା କରିନାହିଁ କିମ୍ବା କୌଣସି ନିଷ୍ପତ୍ତି ନେଇନାହିଁ, । ଏବେ ଆମର ମୁଖ୍ୟ ଧ୍ୟାନ ଚଳିତ ଆଇପିଏଲ୍ ଏବଂ ପରବର୍ତ୍ତୀ ଇଂଲଣ୍ଡ ସିରିଜ୍ ଉପରେ ରହିଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏସିଆ କପ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ।
Follow Us