ଯିଏ ବୋଲିଂ କରୁ କିଛି ଅସୁବିଧା ନାହିଁ, ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଗଲେ କୌଣସି ଫରକ ପଡ଼ି ନଥାଏ: ପନ୍ତ

ଯିଏ ବୋଲିଂ କରୁ କିଛି ଅସୁବିଧା ନାହିଁ, ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଗଲେ କୌଣସି ଫରକ ପଡ଼ି ନଥାଏ: ପନ୍ତ

Zee News

ବିଶାଖାପାଟଣା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ ପାଇଁ ଠିକ୍‌ ସମୟରେ ଋଷଭ ପନ୍ତଙ୍କ ବ୍ୟାଟ୍‌ ଚମକିଛି ଏବଂ ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଟିମକୁ ବିଜୟ ଦେଇ ପନ୍ତ ପାଭଲିଅନକୁ ପେରିଛନ୍ତି। ଦିଲ୍ଳୀର ୨ ଓ୍ଵକେଟ୍‌ରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଋଷଭ ପନ୍ତ କହିଛନ୍ତି, ସେ ଯେତେବେଳେ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତି, ଯେ କେହି ବି ବୋଲିଂ କରୁ ନା କାହିଁକି ତାଙ୍କୁ କୌଣସି ଫରକ ପଡ଼ିବ ନାହିଁ।

ଦିଲ୍ଲୀ କ୍ୟାପିଟାଲସ୍‌ର ଖେଳାଳି ଋଷଭ ପନ୍ତ ୨୧ଟି ବଲ ଖେଳି ୪୯ ରନ୍‌ କରିଥିଲେ। ଏଥିରେ ୫ଟି ଛକା ସାମିଲ ଥିଲା। ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦିଲ୍ଲୀର ହାଇଦ୍ରାବାଦ ବିପକ୍ଷରେ ସହଜ ବିଜୟ ହୋଇପାରିଥିଲା। ଅନ୍ତିମ ଓଭରରେ ଦିଲ୍ଲୀକୁ ସାମାନ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା। ମ୍ୟାନ ଅଫ ଦ ମ୍ୟାଚ ହାସଲ କରିବା ପରେ ପନ୍ତ କହିଛନ୍ତି, ଟି-୨୦ରେ ଆପଣଙ୍କୁ ୨୦ ବଲରେ ୪୦ ରନ କରିବାକୁ ପଡ଼ିଥାଏ। ପୁଣି ଆପଣଙ୍କୁ ବିସ୍ଫୋରକ ବ୍ୟାଟିଂ କରିବାର ଅଛି। କିଏ ବୋଲି କରୁଛି, ମୁଁ ତାହା ଦେଖି ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe