ଋଷଭ ପନ୍ତଙ୍କୁ ବିଦା କଲା ଦିଲ୍ଲୀ କ୍ୟାପିଟାଲ୍ସ ! ଏବେ ଏହି ଖେଳାଳି ହେବେ ଅଧିନାୟକ

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ୱିକେଟକିପର ଋଷଭ ପନ୍ତ ଏବେ ଚର୍ଚ୍ଚାରେ । ଆଇପିଏଲ-୨୦୨୫ର 'ରିଟେନ ଲିଷ୍ଟ'ରୁ ହଟାଇଲା ଦିଲ୍ଲୀ କ୍ୟାପିଟାଲ୍ସ। ଅଧିନାୟକ ହେବାକୁ ଚାହୁଥିଲେ ଋଷଭ।

rishu

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ୱିକେଟକିପର ଋଷଭ ପନ୍ତ ଏବେ ଚର୍ଚ୍ଚାରେ । ଆଗକୁ ଆଇପିଏଲ-୨୦୨୫ର ନିଲାମି ଆରମ୍ଭ ହେବାକୁ ଯାଉଥିବା ବେ‌ଳେ କେଉଁ ଦଳ କେଉଁ ଖେଳାଳିଙ୍କୁ କିଣିବ, ଅଧିନାୟକ ବଦଳିବେ କି ନାହିଁ ବା କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରୁ ବାଦ୍ ଦେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ଖବର ମିଳୁଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ତଥା ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କୁ ଆଇପିଏଲ-୨୦୨୫ର 'ରିଟେନ ଲିଷ୍ଟ'ରୁ ହଟାଇ ଦେଇଛି। ଋଷଭ ଦଳର ଅଧିନାୟକ ଭାବେ ଖେଳିବାକୁ ଚାହୁଥିବା ବେଳେ ଦଳ ଏହା ଚାହୁନଥିଲା। ଏହି କାରଣରୁ ଋଷଭଙ୍କୁ ଦଳରୁ ବିଦା କରାଯାଇଥିବା ଜଣାଯାଇଛି।

କୁହାଯାଉଛି ଯେ, “ଋଷଭ ପନ୍ତ ଅଧିନାୟକତ୍ୱ ଚାହୁଁଥିଲେ। ଏହା ସହ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ସହ ଜଡିତ ହେବାକୁ ଚାହୁଁଥିଲେ। ହେଲେ ଦଳ ଏହା ଚାହୁଁନଥିଲା। ଦଳ ଋଷଭଙ୍କୁ ରଖିବାକୁ ଚାହୁଁଥିଲେ ବି ଅଧିନାୟକ କରିବାକୁ ରାଜିନଥିବାରୁ କ୍ରିକେଟର ଦଳରେ ରହିବାକୁ ରାଜି ହୋଇନଥିଲେ। ଏଥିପାଇଁ  ତାଙ୍କୁ ଡିସି, ଦଳରୁ ବିଦା କରିଥିବା ଜଣାଯାଇଛି। ଅନେକ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଦଳ। ”

ଉଲ୍ଲେଖଯୋଗ୍ୟ, ୨୦୧୬ରେ ପନ୍ତ ଜଣେ ଯୁବ କ୍ରିକେଟର ଭାବେ ଡିସିରେ ଯୋଗ ଦେଇଥିଲେ ଏବଂ ଆଇପିଏଲ-୨୦୨୧ ଆରମ୍ଭ ପୂର୍ବରୁ ତାଙ୍କୁ ଅଧିନାୟକ କରାଯାଇଥିଲା। ସେ ଡିସି ପାଇଁ ୧୧୧ଟି ମ୍ୟାଚ୍ ଖେଳିଛନ୍ତି, ୧୮ଟି ଅର୍ଦ୍ଧଶତକ ଓ ଶତକ ସହିତ ୩,୨୮୪ ରନ୍ ସ୍କୋର କରିଥିଲେ | ଏବେ ପନ୍ତଙ୍କ ପରେ ଦଳର ନେତୃତ୍ବ କିଏ ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। କ୍ରିକେଟର ଅକ୍ଷର ପଟେଲ ଓ ଶ୍ରେୟସ୍ ଅୟରଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe