ପ୍ରଜ୍ଞାନଙ୍କ ପାଇଁ କାହାରି ଦରଦ ନାହିଁ 

Advertisment
ପ୍ରଜ୍ଞାନଙ୍କ ପାଇଁ କାହାରି ଦରଦ ନାହିଁ 

ହାଇଦ୍ରାବାଦ/ଭୁବନେଶ୍ୱର: ଜଣେ ଖେଳାଳିଙ୍କ୍‌ୁ ଯଦି ରାଜ୍ୟ ସଂଘ ଆପତ୍ତିବିହୀନ ପ୍ରମାଣପତ୍ର ଦେଉ ନାହିଁ। ବିରାମ ନେଇଯିବାକୁ ପରୋକ୍ଷରେ କହୁଛି ବିସିସିଆଇ କିଭଳି ଏହି ପ୍ରସଙ୍ଗକୁ ହାତଉଛି ତାହାର ସଦ୍ୟତମ ଉଦାହରଣ ହେଉଛନ୍ତି ପ୍ରଜ୍ଞାନ ଓଝା। କ୍ରିକେଟ୍‌ ପ୍ରଶାସକମାନଙ୍କର ଯେ ଖେଳାଳିଙ୍କ ପ୍ରତି ସାମାନ୍ୟତମ ଯତ୍ନ କି ଦରଦ ନାହିଁ ଏହାର ପ୍ରମାଣ ମିଳିଛି ପ୍ରଜ୍ଞାନଙ୍କ ପ୍ରସଙ୍ଗରୁ। ଦୋ’ ଛକିରେ ପଡ଼ି ପ୍ରଜ୍ଞାନ ଓଝା ଏବେ ଗୋଟିଏ ଋତୁ ପାଇଁ ରଣଜୀ ଟ୍ରଫିରୁ ବଞ୍ଚିତ ହେବାକୁ ଯାଉଛନ୍ତି। ତାଙ୍କୁ ସହାୟତା କରିବା ଲାଗି ନା ରାଜ୍ୟ ସଂଘ ନା ବିସିସିଆଇ ସହାୟତାର ହାତ ବଢ଼ାଉ ନାହିଁ।
ଦେଶର ଅନ୍ୟତମ ସଫଳ ଟେଷ୍ଟ୍‍ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ବିଗତ ୨ ଋତୁ ବେଙ୍ଗଲ ପାଇଁ ଖେଳିଥିଲେ। କିନ୍ତୁ ଏହି ୩୧ ବର୍ଷୀୟ ଓଡ଼ିଆ ଖେଳାଳି ତାଙ୍କ ପ୍ରଥମ ଦଳ ହାଇଦ୍ରାବାଦ ଫେରିଯିବାକୁ ଆଗ୍ରହ ପ୍ରକାଶ କରିଥିଲେ।

କ୍ରିକେଟ୍‌ ଆସୋସିଏସନ୍‌ ଅଫ ବେଙ୍ଗଲ୍‌ (ସିଏବି) କିନ୍ତୁ ଆପତ୍ତିବିହୀନ ପ୍ରମାଣପତ୍ର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା। ସିଏବି ସଭାପତି ସୌରଭ ଗାଙ୍ଗୁଲି ତାଙ୍କୁ ଆଉ ଗୋଟିଏ ଋତୁ ଖେଳିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଜ୍ଞାନ ରାଜି ହୋଇ ନ ଥିଲେ। ଏହି ଅବସରରେ ପ୍ରଜ୍ଞାନଙ୍କ ଜେଜେ ବାପାଙ୍କ ପରଲୋକ ଘଟିବାରୁ ସେ ଭୁବନେଶ୍ୱରରେ ରହିବାରୁ ଯୋଗାଯୋଗ ରଖି ପାରିନଥିଲେ। ଏହାକୁ ଆଳ କରି ସିଏବି ପ୍ରଜ୍ଞାନଙ୍କୁ ମଧ୍ୟ ବେଙ୍ଗଲ ରଣଜୀ ଦଳରେ ସାମିଲ କରିନଥିଲା। ଏପଟେ ଆପତ୍ତିବିହୀନ ପ୍ରମାଣପତ୍ର ନ ମିଳିବାରୁ ହାଇଦ୍ରାବାଦ ମଧ୍ୟ ପ୍ରଜ୍ଞାନଙ୍କୁ ଚାହୁଁଥିଲେ ମଧ୍ୟ ସାମିଲ କରିପାରି ନ ଥିଲା। ସମ୍ପୂର୍ଣ୍ଣ ପ୍ରସଙ୍ଗରେ ପ୍ରଜ୍ଞାନ ନୀରବ ରହି ଏହାକୁ ଅଧିକ ଜଟୀଳ କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ଦେଶର ସର୍ବୋଚ୍ଚ ପରିଚାଳନା ସଂସ୍ଥା ବିସିସିଆଇ କିଛି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ଭଳି ହୋଇଛି। ଏ ସମ୍ପର୍କରେ ପ୍ରଜ୍ଞାନ ମଧ୍ୟ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଏବଂ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନ ସମିତିର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ୨ ଦିନ ପରେ ରଣଜୀ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଜ୍ଞାନଙ୍କ ପାଇଁ କେହି ବାହାରି ନାହାନ୍ତି। ବିସିସିଆଇ ନୀରବ ରହିବା ପ୍ରଜ୍ଞାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ କେହି ନଥିବା ଭଳି ହୋଇଛି। ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳିଙ୍କ କେତେ ଅସହାୟ ସ୍ଥିତିରେ ତାକୁ କେହି ବୁୁଝିବା ଅବସ୍ଥାରେ ନାହାନ୍ତି। ବିଶେଷ କରି ଖେଳାଳିଙ୍କ ସମସ୍ୟା ଓ ଅଭିଯୋଗ ବୁଝିବାକୁ ଖେଳାଳି ସଂଘ ଗଢ଼ିବାକୁ ଲୋଧା ସମିତି ସୁପାରିସ କରିଥିଲେ ମଧ୍ୟ ବିସିସିଆଇ ଏଥି ପ୍ରତି ନଜର ନ ଦେବା ତାଙ୍କୁ ଦ୍ୱନ୍ଦ୍ୱ ଓ ଖେଳ ଜୀବନ ଆଶଙ୍କା ଭିତରକୁ ଠେଲି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe