ଓସିଏ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ, ୯ ବର୍ଷିଆ ନିୟମ ଆଧାରରେ ଭୋଟର ସ˚ଖ୍ୟା ୬୯କୁ ହ୍ରାସ ପାଇବ

Advertisment
ଓସିଏ ସ୍କୋରର୍‌ କର୍ମଶାଳା ଆରମ୍ଭ; ଶନିବାର ପରୀକ୍ଷା

କଟକ: ଓସିଏ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ହେବ। ଏଥିପୂର୍ବରୁ ଆଶାୟୀ ଦୁଇ ଗୋଷ୍ଠୀ ନିଜ ନିଜ କ୍ଷେତ୍ରରେ ସେମାନଙ୍କ ସମର୍ଥକଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୈଠକ କରିଥିବା ବେଳେ ପ୍ୟାନେଲ୍‌ରେ କେଉଁମାନେ ରହିବେ ତାହା ଗୁପ୍ତ ରଖାଯାଇଛି। ନାମାଙ୍କନ ଦାଖଲର କିଛି ସମୟ ପୂର୍ବରୁ ଏହା ସମସ୍ତଙ୍କୁ ଅବଗତ କରାଯାଇପାରେ କିମ୍ବା ବନ୍ଦ ଲଫାଫା ଭିତରେ ନାମାଙ୍କନ ଦାଖଲ ହେବା ସମ୍ଭାବନା ରହିଛି। ତେବେ ନାମାଙ୍କନ ଦାଖଲର ଗୋଟିଏ ଦିନ ପୂର୍ବରୁ ଆଶୀର୍ବାଦ ବେହେରାଙ୍କୁ ଗିରଫ କରାଯିବା ଫଳରେ ତାହାର ପ୍ରଭାବ ଫଳାଫଳ ଉପରେ ପଡ଼ିବ ବୋଲି କୁହାଯାଉଛି। କିନ୍ତୁ ଆଶୀର୍ବାଦ ଗିରଫ ହେବା ଦ୍ବାରା ଗୋଟିଏ ଭୋଟ କାଟ୍‌ ଖାଇଯିବ। ଏପରିକି ତାଙ୍କ ପ୍ରଭାବରେ ଆଉ କୌଣସି ଭୋଟର ପ୍ରଭାବିତ ହେବା ଆଶଙ୍କା ମଧ୍ୟ ଦେଖାଦେଇଛି। ଯଦିଓ ଏହା ବିପକ୍ଷ ଗୋଷ୍ଠୀଙ୍କ ପାଇଁ ଭଲ ସଙ୍କେତ, କିନ୍ତୁ ନିର୍ବାଚନ ଅଧିକାରୀଙ୍କ ନୀତି ନିୟମ ଭିତରେ ଆଶୀର୍ବାଦଙ୍କ ଗୋଷ୍ଠୀ ସହିତ କିଭଳି ଟକ୍କର ଦିଆଯିବ ତାହାର ରଣନୀତି ପ୍ରସ୍ତୁତ ହୋଇସାରିଛି।

ଅନ୍ୟପକ୍ଷରେ ଆଶୀର୍ବାଦଙ୍କ ଘଟଣା ପରେ ଓସିଏ ନିର୍ବାଚନରେ ଭୋଟରଙ୍କ ସ˚ଖ୍ୟାରେ ହ୍ରାସ ପାଇବ। ମୋଟ ୭୩ ଭୋଟରଙ୍କ ମଧ୍ୟରୁ ଆଶୀର୍ବାଦଙ୍କୁ ବାଦ୍‌ ଦେଲେ ଏହା ୭୨ରେ ସୀମିତ ରହିବ। ତେବେ ବିସିସିଆଇ ପ୍ରଶାସନିକ ସମିତିର ସ୍ପଷ୍ଟିକରଣ ଅନୁଯାୟୀ, ଯେଉଁ ଭୋଟର ପୂର୍ବରୁ ଓସିଏରେ ୯ ବର୍ଷର କର୍ମକର୍ତ୍ତା କାର୍ଯ୍ୟାକାଳ ଅବଧି ଶେଷ କରିଛନ୍ତି, ସେମାନେ ଭୋଟ ଦେବା ଅଧିକାରରୁ ମଧ୍ୟ ବଞ୍ଚିତ ହେବେ। ଏହି ଅନୁଯାୟୀ ବାଲେଶ୍ବରର ଅଧୀପ ଦାସ, କୋରାପୁଟର ଅନୁପ ପାତ୍ର, କନ୍ଧମାଳର ଶିବ ପ୍ରସାଦ ତ୍ରିପାଠୀ ଓସିଏର ବିଭିନ୍ନ ପଦବିରେ ୯ ବର୍ଷ କାର୍ଯ୍ୟ କରିସାରିଛନ୍ତି। ତେଣୁ ଏକ୍ଷେତ୍ରରେ ସେମାନେ ମଧ୍ୟ ଭୋଟ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏପରି ହେଲେ ଭୋଟର ସ˚ଖ୍ୟା ୬୯କୁ କମିଯିବା ଆଶଙ୍କା ଦେଖାଦେଇଛି। କିନ୍ତୁ ଏମାନଙ୍କ ସ୍ଥାନରେ ଭୋଟ ଦେବା ପାଇଁ ଆଉ ଭୋଟରଙ୍କ ନାମ ମଗାଯିବ ନା ହ୍ରାସ ପାଇଥିବା ଭୋଟର ସ˚ଖ୍ୟା ମଧ୍ୟରେ ଭୋଟ ଗ୍ରହଣ ହେବ ତାହା ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe