ନରୱେ ଚେସ୍‌: ଆନନ୍ଦଙ୍କ କ୍ରମାଗତ ଦ୍ବିତୀୟ ବିଜୟ

Advertisment
ନରୱେ ଚେସ୍‌: ଆନନ୍ଦଙ୍କ କ୍ରମାଗତ ଦ୍ବିତୀୟ ବିଜୟ

ନୂଆଦିଲ୍ଲୀ: ପୂର୍ବତନ ବିଶ୍ବ ବିଜେତା ତଥା ଭାରତୀୟ ପୁରୁଖା ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍‌ ପ୍ରତିଯୋଗିତାର କ୍ଲାସିକାଲ ବର୍ଗରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛନ୍ତି। ବୁଧବାର ପ୍ରଥମ ରାଉଣ୍ଡରେ ଫ୍ରାନ୍ସ ଗ୍ରାଣ୍ଡମାଷ୍ଟର ମାକ୍ସିମେ ଭାଚିଅର ଲାଗ୍ରାଭେଙ୍କୁ ୪୦ତମ ଚାଲରେ ପରାସ୍ତ କରିଥିବା ଆନନ୍ଦ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ବୁଲ୍‌ଗେରିଆ ଗ୍ରାଣ୍ଡ୍‌ମାଷ୍ଟର ଭାସେଲିନ ଟୋପାଲୋଭ୍‌ଙ୍କୁ ୩୬ତମ ଚାଲ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ପରେ ମୋଟ ୬ ପଏଣ୍ଟ ଅକ୍ତିଆର କରି ଆନନ୍ଦ ଏକାକୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଆମେରିକାର ୱେସ୍‌ଲି ସୋ’ ବିଶ୍ବର ଏକ ନମ୍ବର ମାଗ୍‌ନସ କାର୍ଲସେନ୍‌ଙ୍କୁ ଆର୍ମାଗେଡନ୍‌ (ସଡନ୍‌ ଡେଥ୍‌)ରେ ପରାସ୍ତ କରିବା ପରେ ଦ୍ବିତୀୟରେ ରହିଛନ୍ତି। ଏହି ମୁକାବିଲା ୩୮ତମ ଚାଲ ବେଳକୁ ଅମୀମାଂସିତ ରହିଥିଲା। ଅନ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ଗୁଡ଼ିକରେ ସାଖ୍ରିୟାରଙ୍କୁ ଭାଚିଅର ଲାଗ୍ରାଭେ ଏବଂ ନରୱେ ଜିଏମ୍‌ ଆର୍ଯ୍ୟନ ତାରିଙ୍କୁ ତିମୁର ରାଜାବୋଭ୍‌ ପରାସ୍ତ କରିଥିଲା ବେଳେ ଅନିଶ ଗିରି ଓ ୱାଙ୍ଗ୍‌ ହାଓ ପଏଣ୍ଟ ବାଣ୍ଟିଥିଲେ। କ୍ଲାସିକାଲ ଇଭେଣ୍ଟରେ ଯଦି କୌଣସି ମୁକାବିଲା ଅମୀମାଂସିତ ରୁହେ ତାହାଲେ ଫଳାଫଳ ପାଇଁ ଖେଳାଳିଙ୍କୁ ଆର୍ମାଗେଡନ୍‌ (ସଡନ୍‌ ଡେଥ୍‌) ମ୍ୟାଚ୍‌ ଖେଳିବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe