ଯେକୌଣସି ପଡ଼ିଆ ହେଉ, ଭାରତକୁ ତା’ର ମାଟି ପରାସ୍ତ କରିବା ସହଜ ନୁହେଁ: ଓ୍ଵାର୍ଣ୍ଣର

Advertisment
ଯେକୌଣସି ପଡ଼ିଆ ହେଉ, ଭାରତକୁ ତା’ର ମାଟି ପରାସ୍ତ କରିବା ସହଜ ନୁହେଁ: ଓ୍ଵାର୍ଣ୍ଣର

ଇନ୍ଦୋର: ଅଷ୍ଟ୍ରେଲିଆର ଉପଅଧିନାୟକ ଡାଭିଡ଼ ଓ୍ଵାର୍ଣ୍ଣର କହିଛନ୍ତି, କୌଣସି ପଡ଼ିଆ ବି ହେଉ, ଭାରତକୁ ତା’ର ମାଟିରେ ପରାସ୍ତ କରିବା ସହଜ ନୁହେଁ। ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଶୃଙ୍ଖଳାର ୩ୟ ମ୍ୟାଚ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳ ହେବ। ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଥର ପାଇଁ ଇନ୍ଦୋର ଷ୍ଟାଡିୟମରେ ଖେଳିବ।

ଡାଭିଡ଼ ଓ୍ଵାର୍ଣ୍ଣର ୩ୟ ଦିନିକିଆ ପୂର୍ବରୁ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ଆମେ ପୂର୍ବରୁ ଇନ୍ଦୋରରେ ମ୍ୟାଚ ଖେଳି ନାହୁଁ। ଭାରତକୁ ଏଠାରେ ପରାସ୍ତ କରିବା ସହଜ ନୁହେଁ। ଆମକୁ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାର ଅଛି। ଓ୍ଵାର୍ଣ୍ଣର କହିଛନ୍ତି, ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ସ୍ପିନରଙ୍କ ବଲକୁ ବୁଝିପାରୁ ନାହାନ୍ତି।

ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ୍ଵାର୍ଣ୍ଣର କହିଛନ୍ତି, ଯଦି ସେମାନଙ୍କ ଶୀର୍ଷ ସ୍ତରର ବ୍ୟାଟ୍ସମ୍ୟାନ୍‌ ଭଲ ଆରମ୍ଭ କରନ୍ତି, ଭାରତର ୨ ସ୍ପିନରଙ୍କ ଉପରେ ଆଧିପତ୍ୟ ଜାରି ରଖିବେ। ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚରେ ସ୍ପିନର ଯୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କୁ ଭଲ ଖେଳିବାକୁ ଦେଇ ନଥିଲେ। ଯାହା ଦ୍ୱାରା ଭାରତ ଶୃଙ୍ଖଳାର ୨-୦ଆଗରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe