ନଟିଙ୍ଗ୍‌ହାମ୍‌ରେ ବର୍ଷା ଯୋଗୁଁ ବିଳମ୍ବ ହୋଇ ପାରେ ଭାରତ-ନିଉଜିଲାଣ୍ଡ୍‌ ଖେଳ

Advertisment
ନଟିଙ୍ଗ୍‌ହାମ୍‌ରେ ବର୍ଷା ଯୋଗୁଁ ବିଳମ୍ବ ହୋଇ ପାରେ ଭାରତ-ନିଉଜିଲାଣ୍ଡ୍‌ ଖେଳ

ନୂଆଦିଲ୍ଲୀ: ସୋମବାର ଠାରୁ ନଟିଙ୍ଗ୍‌ହାମ୍‌ରେ ପ୍ରବଳ ବର୍ଷା ହେଉଥିବାରୁ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ଗୁରୁବାର ଦିନ ଟ୍ରେଣ୍ଟ୍‌ ବିଜ୍‌ଠାରେ ହେବାକୁ ଥିବା ଆଇସିସି ଓ୍ଵାଲ୍‌ର୍ଡ କପ୍‌ ୨୦୧୯ ବିଳମ୍ବରେ ଆରମ୍ଭ ହୋଇପାରେ।

ନଟିଙ୍ଗ୍‌ହାମ୍‌ରେ ପାଣିପାଗର ପ୍ରଥମସ୍ତରୀୟ ସଙ୍କେତ ‘ୟେଲୋ ଆଲର୍ଟ’ ଦିଆଯାଇଛି। ଏହାର ଅର୍ଥ ପାଗ ଆହୁରି ଖରାପ ହୋଇପାରେ।

ସ୍ଥାନୀୟ ଗଣମାଧମ ଖବର ଅନୁସାରେ, ବୁଧବାର ମଧ୍ୟ ରାତ୍ରୀର ଢେର୍‌ ପରେ ମଧ୍ୟ ବର୍ଷା ହେଉଥିଲା। ଫଳରରେ ସରକାରୀ କର୍ତ୍ତୃପକ୍ଷମାନେ ସମଗ୍ର ସହରରେ ଆୟୋଜନ କରାଯାଇଥିବା ଗୁଡ଼ାଏ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।

publive-image Image Source: Latestly

କାଉଁଳିଆ ପାଗ ଏବଂ ପଡ଼ିଆରେ ଠାଏ ଠାଏ ପାଣି ରହିଥିବା କାରଣରୁ ଭାରତୀୟ ଦଳ ତା’ର ପ୍ରାକ୍ଟିସ୍‌ ସେସନ୍‌ ସୀମିତ ରଖିବାକୁ ବାଧ୍ୟ ହୋଇଥିଲା।

ଗୁରୁବାର ତମାମ ବର୍ଷା ହେବାରୁ ୫୦% ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ଅନୁମାନ କରିଛି। ଫଳରେ ଖେଳ ପାଇଁ ଆବଶ୍ୟକ ୫୦ ଓଭର୍‌ ପୂରଣ ହେବା କଦାପି ସମ୍ଭବପର ହେବ ନାହିଁ।

ସେଠାକାର ସ୍ଥାନୀୟ ସମୟ ଦିନ ୧୦ଟା ବେଳେ ପାଗ ଟିକିଏ ଫରସା ହୋଇଥିଲା କିନ୍ତୁ, ଅପରାହ୍ଣରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe