Djokovic
ସିଡ୍ନି: ରେକର୍ଡ ୨୫ତମ ଗ୍ରାଣ୍ଡ୍ ସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଚଳିତ ଅଷ୍ଟ୍ରେଲିଆନ୍ ପୁରୁଷ ଏକକର ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ଏଠାରେ ଚତୁର୍ଥ ସିଡ୍ର ମାନ୍ୟତା ଲାଭ କରିଥିବା ଜୋକୋଭିକ୍ ଗୁରୁବାର ଇଟାଲିର ଯୋଗ୍ୟତା ଅର୍ଜନକାରୀ ଫ୍ରାନ୍ସେସ୍କୋ ମିସ୍ତ୍ରେଲିଙ୍କୁ ୬-୩, ୬-୨, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ତା’ସହିତ ମେଲବର୍ଣ୍ଣ ପାର୍କରେ ଏକାଦଶ ଟ୍ରଫି ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍ ଜିତିଲେ ୨୫ ଗ୍ରାଣ୍ଡ୍ ସ୍ଲାମ୍ ଜିତିବାରେ ବିଶ୍ବର ପ୍ରଥମ ଖେଳାଳି ହେବେ ସେ
ଜୋକୋଭିକ ସଂପ୍ରତି ୨୪ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତି ଅଷ୍ଟ୍ରେଲିଆର ମହାନ ମହିଳା ଟେନିସ୍ ଖେଳାଳି ମାର୍ଗାରେଟ୍ କୋର୍ଟଙ୍କ ସହ ସମକକ୍ଷ ଅଛନ୍ତି। ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଜିତିଲେ ୨୫ ଗ୍ରାଣ୍ଡ୍ ସ୍ଲାମ୍ ଜିତିବାରେ ବିଶ୍ବର ପ୍ରଥମ ଖେଳାଳି ହେବେ ସେ। ୩୮ବର୍ଷୀୟ ଜୋକୋଭିକ ମଧ୍ୟ ବ୍ୟକ୍ତିଗତ ଭାବେ ୩୯୯ ଗ୍ରାଣ୍ଡ୍ ସ୍ଲାମ୍ ମ୍ୟାଚ୍ ବିଜୟ ହାସଲ କରିଛନ୍ତି। ମେଲବର୍ଣ୍ଣରେ ଏହା ହେଉଛି ତାଙ୍କର ୧୦୧ତମ ବିଜୟ। ଯାହା ସ୍ବିଜରଲାଣ୍ଡ୍ର ମହାନ ଖେଳାଳି ରୋଜର ଫେଡେରର୍ଙ୍କଠାରୁ ମାତ୍ର ଗୋଟିଏ କମ୍।
ଅନ୍ୟମାନଙ୍କ ମଧ୍ୟରୁ ନେଦରଲାଣ୍ଡ୍ସ ବୋଟିକ ଭାନ୍ ଡି ଜାଣ୍ଡେସ୍କଲ୍ପ ନିଜ ମ୍ୟାଚ୍ ଜିତି ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ମହିଳା ଏକକରେ ଗତଥର ବିଜୟିନ ତଥା ଆମେରିକୀୟ ତାରକା ମାଡିସନ୍ କିଜ୍ ଅଳ୍ପକେ ଦ୍ବିତୀୟ ରାଉଣ୍ଡ୍ ପରାଜୟରୁ ବର୍ତ୍ତି ଯାଇଛନ୍ତି। ଏହି ରାଉଣ୍ଡ୍ରେ ତାଙ୍କୁ ନିଜ ଦେଶର ଆସଲିନ କ୍ରୁଗର୍ କଡ଼ା ପରୀକ୍ଷାରେ ପକାଇଥିଲେ। ତଥାପି ନିଜ ଅଭିଜ୍ଞତାରୁ ଉପଯୋଗ କରି କିଜ୍ ଏହି ମ୍ୟାଚ୍କୁ ୬-୧, ୭-୫ରେ ଜିତି ନେଇ ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ୩୦ବର୍ଷୀୟ କିଜ୍ ନିଜ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ଜିତିବାକୁ ମଧ୍ୟ କଡ଼ା ସଂଘର୍ଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଲଜିୟମ୍ର ଏଲିସ୍ ମର୍ଟେନ୍ସ, ଆମେରିକାର ଅମଣ୍ଡା ଆନିସିମୋଭା, ଚେକ୍ ରିପବ୍ଲିକ୍ର ଲିଣ୍ଡା ନସ୍କୋଭା ପ୍ରମୁଖ ମଧ୍ୟ ନିଜନିଜ ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍ ଜିତି ତୃତୀୟ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ଆହୁରି ପଢ଼ନ୍ତୁ: Court acquits former Congress MP: ୧୯୮୪ ଶିଖ ବିରୋଧୀ ହିଂସା ମାମଲା: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ୍
Follow Us