Novak Djokovic: ମୋତେ ଅବସର ନେବାକୁ କହୁଥିବା ଲୋକମାନଙ୍କୁ ଧନ୍ୟବାଦ: ଜୋକୋଭିକ୍

Advertisment
New Project (3)

Novak Djokovic Photograph: (sambad.in)

ମେଲବର୍ଣ୍ଣ: ସର୍ବିୟା ତାରକା ତଥା ବିଶ୍ବର ୪ନମ୍ବର ଖେଳାଳି ନୋଭାକ୍ ଜୋକୋଭିକ୍ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲରେ ଗତ ଦୁଇ ସଂସ୍କରଣର ବିଜେତା ୟାନିକ ସିନ୍ନରଙ୍କୁ ମାତ୍‌ ଦେଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ଏହି ତାରକା ନିଜର ୨୫ତମ ଗ୍ରାଣ୍ଡସ୍ଲାମ୍ ସ୍ବପ୍ନଠାରୁ ଆଉ ଗୋଟିଏ ପାଦ ଦୂରରେ ଅଛନ୍ତି। ତେବେ ଶୁକ୍ରବାରର ସେମିଫାଇନାଲ୍ ବିଜୟ ପରେ ସେ ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି, ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ସେ କହିଛନ୍ତି "ମୁଁ ମୋର କ୍ଷମତା ଉପରେ ଭରସା ରଖିଥିଲି। କିନ୍ତୁ ଗତ ଦୁଇ ବର୍ଷ ହେଲା କିଛି ଲୋକ ମୋର କ୍ଷମତା ଉପରେ ସଂଦେହ କରିଆସୁଥିଲେ। କିଛି ତଥାକଥିତ ବିଶେଷଜ୍ଞ ମୋତେ ମୋତେ ଅବସର ନେବାକୁ ପରାମର୍ଶ ଦେଉଥିଲେ କିମ୍ବା ଗତ ଦୁଇ ବର୍ଷରେ ଅନେକ ଥର ଅବସର ଦେଇସାରିଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ, କାରଣ ସେମାନେ ମୋତେ ଶକ୍ତି ପ୍ରଦାନ କରିଥିଲେ। ସେମାନଙ୍କୁ ଭୁଲ ପ୍ରମାଣିତ କରିବାକୁ ସେମାନେ ମୋତେ ଶକ୍ତି ଦେଇଥିଲେ, ଯାହାକି ଆଜି ମୁଁ କରିଦେଖାଇଲି। କିନ୍ତୁ ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟ ଘଟଣା ନଥିଲା, କାରଣ ମୁଁ ଜାଣିଛି ମୋର କ୍ଷମତା କେତେ"।

୩୮ ବର୍ଷୀୟ ଜୋକୋଭିକ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପ୍ରବେଶ କରିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏହା ସହିତ ସେ ୫୩ ବର୍ଷର ଏକ କିର୍ତ୍ତିମାନ ଭାଙ୍ଗିଛନ୍ତି। ଏହା ତାଙ୍କର ୧୧ତମ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ ଓ ୩୮ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍। ୧୯୭୨ରେ ଅଷ୍ଟ୍ରେଲିଆ ତାରକା କେନ୍ ରୋଜଓ୍ବେଲ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପ୍ରବେଶ କରିବାରେ ସବୁଠାରୁ ବୟସ୍କ ଖେଳାଳି ଥିଲେ। ତାଙ୍କୁ ସେତେବେଳେ ୩୭ ବର୍ଷ ୨ ମାସ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe