ଜୋକୋଭିକଙ୍କ ଭିସାକୁ ପୁଣି ବାତିଲା କଲା ଅଷ୍ଟ୍ରେଲିଆ

ପୁଣି ଟିକା ବିବାଦ: ୟୁଏସ୍ ଓପନ୍‌ରୁ ଓହରିଲେ ଜୋକୋଭିକ୍

Paudal

ମେଲବର୍ଣ୍ଣ : ବିଶ୍ବର ଏକନମ୍ବର ପୁରୁଷ ଏକକ ଟେନିସ୍ ତାରକା ନୋଭାକ ଜୋକୋଭିକ ବିନା କରୋନା ଟିକାରେ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ବିବାଦ ଥମିବାର ନାଁ ଧରୁନି। ଅଷ୍ଟ୍ରେଲିଆ ସରକାର ଶୁକ୍ରବାର ଦ୍ବିତୀୟ ଥର ପାଇଁ ତାଙ୍କ ଭିସା ବାତିଲ କରି ଦେଇଛନ୍ତି। ଫଳରେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ସେ ଖେଳିବାନେଇ ପୁଣି ଥରେ ଆଣଙ୍କା ସୃଷ୍ଟି ହୋଇଛି। ଗତ ସୋମବାର ଏକ ସ୍ଥାନୀୟ ଅଦାଲତ ଅଷ୍ଟ୍ରେଲିଆ ସରକାରଙ୍କ ଭିସା ବାତିଲ ନିଷ୍ପତ୍ତିକୁ ଖାରଜ କରିବାର ମାତ୍ର ତିନି ଦିନ ପରେ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଲେକ୍ସ ହକ୍ ନିଜ ସ୍ବତନ୍ତ୍ର କ୍ଷମତା ଉପଯୋଗ କରି ଜୋକୋଭିକଙ୍କ ଭିସାକୁ ଆଉ ଥରେ ବାତିଲ କରି ଦେଇଛନ୍ତି। ଫଳରେ ଜୋକୋଭିକ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ଚାଲିଥିବା ଆଇନଯୁଦ୍ଧ ଆହୁରି ଘନେଇବାର ଆଶଙ୍କା ସୃଷ୍ଟି ହୋଇଛି। ୩୪ ବର୍ଷୀୟ ଜୋକୋଭିକ ଗତବର୍ଷ ଏଠା‌ରେ ବିଜେତା ‌ହୋଇଥିଲେ। ଏଥର ସେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ଲକ୍ଷ୍ୟରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe