ଏବେ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ୨୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତିଶାଳୀ: ଡାକ୍ତର

Advertisment
ଏବେ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ୨୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତିଶାଳୀ: ଡାକ୍ତର

NDTV Sports

କୋଲ୍‌କାତା: ଅସ୍ତ୍ରୋପଚାର ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ବହୁତ ଭଲ ଭାବରେ କାମ କରୁଛି। ଏପରିକି ଏବେ ତାଙ୍କ ହୃତ୍‌ପିଣ୍ଡ ଗାଙ୍ଗୁଲିଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳ ଭଳି ଶକ୍ତିଶାଳୀ। ମଙ୍ଗଳବାର ଏଭଳି ଘୋଷଣା କରିଛନ୍ତି ପ୍ରତିଷ୍ଠିତ ହୃଦ୍‌ରୋଗ ବିଶେଷଜ୍ଞ ଦେବୀ ସେଟ୍ଟୀ। ଗାଙ୍ଗୁଲି ବୁଧବାର ଡାକ୍ତରଖାନାରୁ ଛାଡ଼ ପାଇବାର ଥିଲା ବେଳେ ଶ୍ରୀ ସେଟ୍ଟୀଙ୍କ ମନ୍ତବ୍ୟ ତାଙ୍କ ପରିବାରବର୍ଗ ଏବଂ ସମର୍ଥକଙ୍କୁ ଆଶ୍ବସ୍ତ କରିଛି। ‘‘ସଂପ୍ରତି ଗାଙ୍ଗୁଲିଙ୍କର ଅନ୍ୟ କୌଣସି ଅସୁବିଧା ନାହିଁ। ଅଧିକାଂଶ ଭାରତୀୟ ଏହି ବୟସରେ ବ୍ଲକେଜ୍ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତାଙ୍କ ହୃଦ୍‌ଘାତ ସେତେଟା ମାରାତ୍ମକ ନଥିଲା।

ଏହାର କୌଣସି କ୍ଷତି ହୋଇନାର୍ହି’’ ବୋଲି ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା‌ ଚିକିତ୍ସକ ମଣ୍ଡଳିର ମୁଖ୍ୟ ଶ୍ରୀ ସେଟ୍ଟୀ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସୂଚନା‌ଯୋଗ୍ୟ ଯେ ଗତ ଶନିବାର ବ୍ୟାୟାମ କରୁଥିଲା ବେଳେ ଗାଙ୍ଗୁଲି ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ। ବିଭିନ୍ନ ପରୀକ୍ଷା ପରେ ତାଙ୍କର ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ସଂପ୍ରତି ସେ ଉଡଲ୍ୟାଣ୍ଡ୍ସର ୯ ଜଣିଆ ଡାକ୍ତରୀ ମଣ୍ଡଳିର ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe