ମାଉଣ୍ଟ ଏଲ୍‌ବ୍ରୁସ ଆରୋହଣ ଅଭିଯାନରେ ଯିବେ ଓଡ଼ିଆ ପୁଅ ନୃସିଂହ

Advertisment

ଆଗାମୀ ସେପ୍ଟେମ୍ବର ୨୩ରେ ଆରମ୍ଭ କରିବେ ୟୁରୋପର ଉଚ୍ଚତମ ଶୃଙ୍ଗର ଅଭିଯାନ

ଆଗାମୀ ସେପ୍ଟେମ୍ବର ୨୩ରେ ଆରମ୍ଭ କରିବେ ୟୁରୋପର ଉଚ୍ଚତମ ଶୃଙ୍ଗର ଅଭିଯାନ

ମାଉଣ୍ଟ ଏଲ୍‌ବ୍ରୁସ ଆରୋହଣ ଅଭିଯାନରେ ଯିବେ ଓଡ଼ିଆ ପୁଅ ନୃସିଂହ

ଭୁବନେଶ୍ୱର: ରାଜଧାନୀ ଶୈଳଶ୍ରୀ ବିହାର ଅଞ୍ଚଳର ନୃସିଂହ ଚରଣ ସାହୁ ଆଗାମୀ ୨୩ ସେପ୍ଟେମ୍ବରରେ ୟୁରୋପର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ ଆରୋହଣ ଅଭିଯାନରେ ବାହାରିବେ। ନୃସିଂହ ୫୬୪୨ ମିଟର ଅର୍ଥାତ ୧୮,୫୧୦ ଫୁଟ୍‌ର ଶୃଙ୍ଗ ଅଭିଯାନକୁ ଅକ୍ଟୋବର ୨ରେ ଶେଷ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ମଙ୍ଗଳବାର ସ୍ୱାଧୀତନା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭବାନୀ ଚରଣ ପଟ୍ଟନାୟକ ଓ କଳିଙ୍ଗ ସଂସ୍କୃତି ଐତିହ୍ୟ ଓ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ସାହୁଙ୍କୁ ଜାତୀୟ ପତାକା ଦେଇ ଶୁଭକାମନା ଜଣାଇଛନ୍ତି।

ଶ୍ରୀ ସାହୁ ବୁଧବାର ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ମାଉନଣ୍ଟେନରିଂ ଫାଉଣ୍ଡେସନ୍‌ ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅଭିଯାନ ସମ୍ବନ୍ଧୀୟ ସାରାଞ୍ଜାମ ନେଇ ରୁଷିଆ ଅଭିମୁଖେ ବାହାରିବେ। ସୂଚନାଯୋଗ୍ୟ, ସାହୁ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ। ପୂର୍ବରୁ ସେ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରେ(୫୮୯୫ମିଟର) ଏବଂ ଜମ୍ମୁ କଶ୍ମୀର ଲେହେଲଦାସ୍ଥିତ ଷ୍ଟକ୍‌ କ୍ରାଙ୍ଗୀ(୬୧୫୩ମିଟର) ଆରୋହଣ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe