ଏନ୍‌ଏସ୍‌ସି କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌: ଫାଇନାଲ୍‌ରେ ଭାରତ

Advertisment
ଏନ୍‌ଏସ୍‌ସି କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌: ଫାଇନାଲ୍‌ରେ ଭାରତ

ଭୁବନେଶ୍ବର: ନେପାଳର କାଠମାଣ୍ଡୁରେ ଚାଲିଥିବା ଏନ୍‌ଏସ୍‌ସି କାଭା ମହିଳା ଭଲିବଲ୍‌ ଚ୍ୟାଲେଞ୍ଜ କପ୍‌ରେ ବିଜୟ ଧାରା ଅବ୍ୟାହତ ରଖି ଭାରତ ଫାଇନାଲ୍‌ରେ ପହଞ୍ଚିଯାଇଛି। ଶୁକ୍ରବାର ସେମିଫାଇନାଲ୍‌ରେ ଭାରତୀୟ ମହିଳା ୩-୦ (୨୫-୧୭, ୨୫-୨୦ ଓ ୨୫-୧୫)ର ସହଜ ସେଟ୍‌ରେ ଉଜ୍‌ବେକିସ୍ତାନକୁ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲ୍‌ରେ ବିଶେଷକରି ବ୍ଲକର୍‌ ସୂର୍ଯ୍ୟା ଓ ଅଶ୍ବିନୀ, ଆଟାକର୍‌ ଅନୁଶ୍ରୀ ଏବଂ ସେଟର୍‌ ଜିନି ଚମତ୍କାର ପ୍ରଦର୍ଶନ କରି ଉଜ୍‌ବେକିସ୍ତାନକୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଆସନ୍ତା ୨୮ ତାରିଖ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଭାରତର ମୁକାବିଲା ନେପାଳ ଓ କାଜାକସ୍ତାନ ଦ୍ବିତୀୟ ସେମିଫାଇନାଲ୍‌ର ବିଜେତା ଦଳକୁ ଭେଟିବ। ଫାଇନାଲ୍‌ରେ ପହଞ୍ଚିବା ପରେ ଭାରତୀୟ ଦଳ ଏବଂ ଏହାର ଅଧିନାୟିକା ନିର୍ମଳା ଭାରତୀୟ ଭଲିବଲ ସଂଘର ସଭାପତି, କାଭାର ପ୍ରାଶାସନିକ ବୋର୍ଡ ସଦସ୍ୟ ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସାମନ୍ତ ମଧ୍ୟ ଫାଇନାଲ୍‌ରେ ଦଳର ବିଜୟ ପାଇଁ ଶୁଭକା‌ମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe