ଆଇପିଏଲ୍‌ରୁ ଓହରିଲେ ନୁର୍‌ତେ

Advertisment

କେକେଆର୍‌କୁ ଝଟ୍‌କା

କେକେଆର୍‌କୁ ଝଟ୍‌କା

ଆଇପିଏଲ୍‌ରୁ ଓହରିଲେ ନୁର୍‌ତେ

sport symbolic

କୋଲ୍‌କାତା: ଆଉ ତିନି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ଦ୍ବାଦଶ ସଂସ୍କରଣ। ହେଲେ ଶନିବାର ଉଦ୍‌ଘାଟନ ପୂର୍ବରୁ କୋଲ୍‌କାତା ନାଇଟ୍‌ ରାଇଡର୍ସ (‌କେକେଆର୍‌)କୁ ଆଉ ଏକ ଝଟ୍‌କା ଲାଗିଛି। ଏହାର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନ୍‌ରିକ୍‌ ନୁର୍‌ତେ ଆହତ ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏହା ପୂର୍ବରୁ କମଲେଶ୍‌ ନାଗରକୋଟି ଓ ଶିବମ୍‌ ମାଭି ମଧ୍ୟ ସମାନ କାରଣ ପାଇଁ ଦଳଠୁ ଦୂରେଇ ଯାଇଛନ୍ତି। ଏବେ ନୁର୍‌ତେଙ୍କ ଅନୁପସ୍ଥିତି ଫଳରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପାଇଁ ପେସ୍‌ ବୋଲିଂ ସଂକଟ ସୃଷ୍ଟି ହୋଇଛି। ଦୁଇ ବଦଳ ଖେଳାଳିଙ୍କ ମଧ୍ୟରୁ ସନ୍ଦୀପ ୱାରିୟର ଏକମାତ୍ର ଦ୍ରୁତ ବୋଲର ରହିଥିଲା ବେଳେ କେସି କାରିଆପ୍ପା ଜଣେ କଚଟି ସ୍ପିନର। ହେଲେ କେକେଆର୍‌ ନୁର୍‌ତେଙ୍କ ବଦଳ ଖେଳାଳି ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe