ଭାରତ-ନ୍ୟୁଜିଲାଣ୍ଡ୍‌ ୩ୟ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

Advertisment
ଭାରତ-ନ୍ୟୁଜିଲାଣ୍ଡ୍‌ ୩ୟ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

Image Courtesy of NDTV

ନୂଆଦିଲ୍ଲୀ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର କ୍ରାଇସ୍‌ଚର୍ଚସ୍ଥିତ ହେଗ୍‌ଲି ଓଭାଲ୍‌ରେ ଚାଲିଥିବା ୩ୟ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ନ୍ୟୁଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ଆମନ୍ତ୍ରଣ କରିଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଭାରତ ୯.୧ ଓଭର୍‌ ଖେଳି ୧ ୱିକେଟ୍‌ ହରାଇ ୪୩ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ଓପେନର୍‌ ଭାବେ ଯାଇଥିଲେ ଶିଖର ଧାୱନ ଏବଂ ଶୁବମନ୍‌ ଗିଲ୍‌। ଶିଖର ୩୬ଟି ବଲ୍‌ ଖେଳି ୨୫ ରନ୍‌ କରିଥିବା ବେଳେ ଶୁବମନ୍‌ ଆଦାମ୍‌ ମାଇଲ୍‌ନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଖେଳୁଛନ୍ତି ଶ୍ରେୟସ୍‌ ଆୟର୍‌।

publive-image Image Courtesy of India Today

ସେହିପରି, ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଟିମ୍‌ ସାଉଥି ଓ ମ୍ୟାଟ୍‌ ହେନ୍‌ରି।

ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଖେଳୁଛନ୍ତି: ଶିଖର ଧାୱନ୍‌ (ଅଧିନାୟକ), ଶୁବମନ୍‌ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍‌ ଆୟର୍‌, ଋଷଭ ପନ୍ତ (ୱିକେଟ୍‌ ରକ୍ଷକ), ଦୀପକ ହୂଦା, ୱାସିଂଟନ୍‌ ସୁନ୍ଦର, ଦୀପକ ଚହର୍‌, ଉମ୍ରାନ୍‌ ମଲିକ, ଅର୍ଶଦୀପ ସିଂହ ଓ ଯୁଜବେନ୍ଦ୍ର ଚହଲ୍‌।

ନ୍ୟୁଜିଲାଣ୍ଡ୍‌ ଟିମ୍‌ରେ ଅଛନ୍ତି: ଫିନ୍‌ ଆଲେନ୍‌, ଦିବନ୍‌ କନ୍‌ୱେ, କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଡେରିଲ୍‌ ମିସେଲ୍‌, ଟମ୍‌ ଲଥାମ୍‌ (ୱିକେଟ୍‌ ରକ୍ଷକ), ଗ୍ଲେନ୍‌ ଫିଲିପ୍‌ସ୍‌, ମିସେଲ୍‌ ସାଣ୍ଟ୍‌ନର୍‌, ଆଦାମ୍‌ ମାଇଲ୍‌ନ୍, ମ୍ୟାଟ୍‌ ହେନ୍‌ରି, ଟିମ୍‌ ସାଉଥି ଓ ଲକି ଫର୍ଗୁସନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe