ଓସିଏ ଆପେକ୍ସ କାଉନ୍‌ସିଲ ବୈଠକ: ବାରବାଟୀ ଏକଦିବସୀୟ ପାଇଁ ପ୍ରସ୍ତୁତି

Advertisment

ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଆପେକ୍ସ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଛି।

ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଆପେକ୍ସ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଛି।

ପୁଣି ନିରାଶ ବାରବାଟୀ: ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପ୍ରସ୍ତାବକୁ ଓସିଏର ପ୍ରତ୍ୟାଖ୍ୟାନ

କଟକ: ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଆପେକ୍ସ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ବତନ୍ତ୍ର ଭାବେ ଆସନ୍ତା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ବିଷୟରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା। ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ର ଆବଶ୍ୟକ ମରାମତି କରାଯିବା ସହ ଷ୍ଟାଡିୟମର ରୂପରେଖ ପରିବର୍ତ୍ତନ କରାଯିବା ବିଷୟରେ ଆଲୋଚନା ହୋଇଥିଲା।  

ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ସଦସ୍ୟ ରାକେଶ ମହାନ୍ତି, ଗୀତା ସାମନ୍ତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବିଭିନ୍ନ ସବ୍ କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ଭିତ୍ତିଭୂମି ବିକାଶ କମିଟିର ଧୀରେନ୍‌ ପଲାଇ, ରବିନାରାୟଣ ପଣ୍ଡା, ଅମିତ ବେହେରା ରହିଥିବା ବେଳେ ଆର୍ବିଟ୍ରେସନ କମିଟିର ଶିବପ୍ରସାଦ ତ୍ରିପାଠୀ, ତଡ଼ିତ ରାଉତ, ପ୍ରହ୍ଲାଦ ତ୍ରିପାଠୀ, ରଘୁନନ୍ଦନ ପାଢ଼ୀ, ଅର୍ଥ କମିଟିର ଡକ୍ଟର ଶୌର୍ଯ୍ୟରଞ୍ଜନ ପରିଜା, ସରୋଜ କୁମାର ସାହୁ, ଉପେନ୍ଦ୍ର କୁମାର ଦାଶ, ଶୁଭାଶିଷ ସାହୁ, ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe