ଅମ୍ପାୟାର ଓ ଅନ୍‌ଲାଇନ୍ ସ୍କୋରର୍‌ ପାଇଁ ଓସିଏର ଦରଖାସ୍ତ ଆହ୍ବାନ

Advertisment
ଅମ୍ପାୟାର ଓ ଅନ୍‌ଲାଇନ୍ ସ୍କୋରର୍‌ ପାଇଁ ଓସିଏର ଦରଖାସ୍ତ ଆହ୍ବାନ

Zee News

କଟକ: ଆଗକୁ ଓଡ଼ିଶା କ୍ରିକେଟରେ ନୂଆ ଶୈଳୀରେ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଯାହାଫଳରେ ମ୍ୟାଚ୍‌ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ। ବିଭିନ୍ନ ଜିଲ୍ଲାରେ କ୍ଲବ୍‌ ସ୍ତରରୁ ମ୍ୟାଚ୍‌ ଖେଳାଯିବ। ତେଣୁ ପ୍ରତ୍ୟେକ ମ୍ୟାଚ୍‌ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଅଧିକ ମାତ୍ରାରେ ଅମ୍ପାୟାର ଓ ସ୍କୋରର୍‌ମାନଙ୍କ ଆବଶ୍ୟକତା ରହିବ। ଏହାକୁ ଦୃଷ୍ଟିରେ ରଖି ନୂଆ ଅମ୍ପାୟାର ଓ ସ୍କୋରର ସୃଷ୍ଟି କରିବାକୁ ଓସିଏ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଆବେଦନକାରୀଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ କ୍ରିକେଟ ସମ୍ବନ୍ଧରେ ଭଲ ଜ୍ଞାନ ରହିଥିବା ଜରୁରି ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଆବେଦନକାରୀ ଓସିଏ ସ୍ବୀକୃତିପ୍ରାପ୍ତ ୟୁନିଟ୍‌ ସମ୍ପାଦକଙ୍କ ଜରିଆରେ ୩୦ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି। ଅଧିକ ବିବରଣୀ ପାଇଁ ସନ୍ତୋଷ ଦାସ (୯୪୩୭୦୨୯୦୭୪) ଓ ଭବାନୀ ଶଙ୍କର ଜେନା (୯୪୩୭୩୧୯୩୨୦)ଙ୍କ ନମ୍ବରରେ ଯୋଗାଯୋଗ କରିବାକୁ ଓସିଏ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe