ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ବୁଧବାର ଉଭୟ ପୁରୁଷ ଓ ମହିଳା ପ୍ରଶିକ୍ଷକ ମଣ୍ଡଳିରେ ୧୭ (୧୧ ପୁରୁଷ, ୬ ମହିଳା) ଜଣଙ୍କୁ ନିଯୁକ୍ତ କରିଛି। ପୂର୍ବରୁ ଓଡ଼ିଶା ବରିଷ୍ଠ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସୁରେନ୍ଦ୍ର ଭାବେ ଏବଂ ଭି ଭେଙ୍କଟରାମ ଜିଲ୍ଲା ଓ ରାଜ୍ୟ କ୍ରିକେଟ୍ ଏକାଡେମି ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଥିଲେ। ଏବେ ଓସିଏ ପୁରୁଷ ଦଳର ପ୍ରଶିକ୍ଷକ ମଣ୍ଡଳିରେ ଅବକାଶ ଖଟୁଆ, ରଶ୍ମିରଂଜନ ପରିଡ଼ା, ସୁରେଶ କୁମାର, ପ୍ରଭଞ୍ଜନ ମଲ୍ଲିକ, ବସନ୍ତ ମହାନ୍ତି, ଅସ୍ଜିତ ଜୟପ୍ରକାଶନ, ରଶ୍ମି ରଂଜନ ଦାସ, ସୌରଭ ସେହଗଲ, ପ୍ରଭାତ ନାୟକ, ପ୍ରୀତମଜିତ ଦାସ, କେଭି ପ୍ରସାଦ ରହିଛନ୍ତି। ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଦିଲ୍ଲୀ କ୍ରିକେଟର୍ ସୁମନ ଶର୍ମା ରହି ଥିବା ବେଳେ ତାଙ୍କ ସହ ମଧୁସ୍ମିତା ବେହେରା, କାଦମ୍ବିନୀ ମହାକୁଡ଼, ସ୍ବାଗତିକା ରଥ, ଟିକିଲତା ପ୍ରଧାନ, ଇତିଶ୍ରୀ ପଟ୍ଟନାୟକ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଏମାନେ ସମସ୍ତେ ଓଡ଼ିଶା କ୍ରିକେଟ୍ ଏକାଡେମିର ବିଭିନ୍ନ ଶିବିରରେ କାର୍ଯ୍ୟ କରିବେ। କାର୍ଯ୍ୟ ଦକ୍ଷତା ଏବଂ ଅଭିଜ୍ଞତା ଅନୁଯାୟୀ ଏମାନଙ୍କ ମଧ୍ୟରୁ କିଛି ଜଣ ବିସିସିଆଇ ଘରୋଇ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ସମସ୍ତ ନବନିଯୁକ୍ତ ପ୍ରଶିକ୍ଷକଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଂଜୟ ବେହେରାଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।
ନୂଆ ପ୍ରଶିକ୍ଷକ ନିଯୁକ୍ତ କଲା ଓସିଏ
Advertisment
Follow Us