ବସନ୍ତଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନାରେ ଓସିଏ

Advertisment
ବସନ୍ତଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଜନାରେ ଓସିଏ

ଭୁବନେଶ୍ବର : ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ସନ୍ୟାସ ନେଇଥିବା ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ଓସିଏ ସ୍ଥିର କରିଛି। ଇଡେନ୍‌ ଗାର୍ଡେନ୍‌ରେ ବସନ୍ତ ତାଙ୍କର ଶେଷ ମ୍ୟାଚ୍‌ ଖେଳୁଥିବା ଅବସରରେ ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି) ଏବଂ ଓସିଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କିନ୍ତୁ ତାଙ୍କ ଭଳି ଜଣେ ଲିଜେଣ୍ଡଙ୍କୁ ଏଭଳି ଢଙ୍ଗରେ ବିଦାୟୀ ଜଣାଇବା ଯଥାର୍ଥ ନୁହେଁ। ଏଥିପାଇଁ ଓସିଏ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ବସନ୍ତଙ୍କୁ ବିଦାୟୀ ଜଣାଇବା ସହ ସମ୍ବର୍ଦ୍ଧନା ଦେବା ପାଇଁ ଯୋଜନା ହୋଇଥିବା ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

ତାଙ୍କ ମତରେ ବସନ୍ତଙ୍କ ଯୋଗୁଁ ଓଡ଼ିଶା ୧୫ ବର୍ଷ ପରେ ପୁଣି ଥରେ ବେଙ୍ଗଲକୁ ହରାଇଥିଲା। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଓଡ଼ିଶା ବେଙ୍ଗଲ ବିପକ୍ଷରେ ବିଜୟୀ ହୋଇଥିଲା ବେଳେ ଶେଷଥର ପାଇଁ ବସନ୍ତଙ୍କ ପଦାର୍ପଣ ବର୍ଷ ୨୦୦୭ରେ ଏହି ଦଳକୁ ପରାସ୍ତ କରିଥିଲା ଓଡ଼ିଶା। କିନ୍ତୁ ବସନ୍ତଙ୍କ ବିଦାୟୀ ମ୍ୟାଚ୍‌ରେ ବେଙ୍ଗଲକୁ ହରାଇ ଓଡ଼ିଶା ପୁଣି ଥରେ ବିଜୟ ଧରାକୁ ଫେରିଛି। ଓଡ଼ିଶା କ୍ରିକେଟ୍‌ର ଉନ୍ନତି ଦିଗରେ ବସନ୍ତଙ୍କ ଅବଦାନ ଅତୁଳନୀୟ। କ୍ରିକେଟ୍‌ ଜୀବନ ପରେ ସେ ପୁଣି ଥରେ ଓଡ଼ିଶା କ୍ରିକେଟ୍‌ ପାଇଁ କାମ କରିବାକୁ ଆଗେଇ ଆସନ୍ତୁ ବୋଲି ଓସିଏ ଆଶା କରିବା ସହିତ ବସନ୍ତଙ୍କ ପରବର୍ତ୍ତି ଜୀବନ ପାଇଁ ସଂଜୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe