ନିର୍ବାଚନ ଦିନିକିଆ, ଘୋଷଣା ପରେ ବି ଅନ୍ଧାରରେ ଓସିଏ

Advertisment
ନିର୍ବାଚନ ଦିନିକିଆ, ଘୋଷଣା ପରେ ବି ଅନ୍ଧାରରେ ଓସିଏ

କଟକ: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ରାଜ୍ୟ ସ˚ଘଗୁଡ଼ିକ‌େର ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ ହେବ। ଏପରିକି ଡିସେମ୍ବର ୨୨ରେ ଭାରତ-େଵଷ୍ଟଇଣ୍ତିଜ୍‌ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବା ନେଇ ବିସିସିଆଇ ପକ୍ଷରୁ ସୂଚୀ ଘୋଷଣା କରାଯାଇସାରିଛି। ହେଲେ ଔପଚାରିକ ଭାବେ ଏ ବାବଦରେ ଓସିଏ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ଯଦିଓ ବିସିସିଆଇ ପକ୍ଷରୁ ପେସ୍‌ ବିଜ୍ଞପ୍ତି ଓ େଵବସାଇଟ୍‌ ମାଧ୍ୟମରେ ଏସବୁ ଘୋଷଣା କରିସାରିଛି, ହେଲେ ଓସିଏ ପାଖକୁ ଏଯାଏଁ ଇ-ମେଲ କିମ୍ବା ଚିଠି ଆସିନାହିଁ। ତେଣୁ ଏସବୁ ପାଇଁ କେମିତି ପ୍ରସ୍ତୁତି ପର୍ଯ୍ୟାୟ ଆରମ୍ଭ ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ମେ' ୨୧ ତାରିଖରେ ବିସିସିଆଇ ଓ ରାଜ୍ୟ ସ˚ଘଗୁଡ଼ିକରେ ନିର୍ବାଚନ ସମ୍ବନ୍ଧରେ ବିସିସିଆଇ େଵବସାଇଟ୍‌ରେ ବିଜ୍ଞପ୍ତି ଓ ଖବର ପ୍ରକାଶ ପାଇଥିଲା। ସେହିପରି ଭାରତୀୟ ଦଳର ଘରୋଇ ଖେଳସୂଚୀ ସ˚କ୍ରାନ୍ତରେ ଗତ ୩ ତାରିଖରେ ଘୋଷଣା କରାଯାଇଥିଲା। ଓଡ଼ିଶା କ୍ରୀଡାପ୍ରେମୀଙ୍କ ମହଲରେ ଏସବୁ ଖବରକୁ ନେଇ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିଲା। ଓସିଏ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ମଧ୍ୟ ଅନୁଦାନ ମିଳିବା ଆଶା ରଖିଥିଲେ। ହେଲେ ବର୍ତ୍ତମାନସୁଦ୍ଧା କୌଣସି ଲିଖିତ ଯୋଗାଯୋଗ କରାଯାଇନଥିବାରୁ ଏସବୁ କେବେ କାର୍ଯ୍ୟକାରୀ ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି। କେବଳ ପୂର୍ବରୁ ବିସିସିଆଇ ପ୍ରଶାସନିକ ସମିତି ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ଅନୁରୋଧ କରାଯାଇଛି। ଜୁଲାଇ ୧ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀ ନିଯୁକ୍ତ ପାଇଁ ଶେଷ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ରାଜ୍ୟ ସ˚ଘମାନେ ଏ ବିଷୟରେ ଅଜ୍ଞ ଅଛନ୍ତି। କେବଳ ବିସିସିଆଇ େଵବସାଇଟ୍‌ରେ ପ୍ରକାଶ କଲେ ହେବନି, ସମସ୍ତ ସୂଚୀକୁ ରାଜ୍ୟ ସ˚ଘଙ୍କ ପାଖକୁ ପଠାଇବା ମଧ୍ୟ ଦରକାର। ନଚେତ୍‌ ଶେଷ ସମୟରେ ରାଜ୍ୟ ସ˚ଘକୁ କିଛି ଜଣାଇଲେ ଉକ୍ତ ଦୁଇ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ତାହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ଅନେକ ସମସ୍ୟା ଦେଖାଦେବ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe