‘ଓସିଏ’ର ୧୬ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟରେ ବୟସ ଜାଲିଆତି ନେଇ ଥାନାରେ ଅଭିଯୋଗ

ଅଭିଯୋଗ ଆଣିଲା ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଙ୍ଘ

‘ଓସିଏ’ର ୧୬ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟରେ ବୟସ ଜାଲିଆତି ନେଇ ଥାନାରେ ଅଭିଯୋଗ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ରେ ୧୬ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ବୟସ ଜାଲିଆତି ନେଇ ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଙ୍ଘ ବୁଧବାର ଥାନାରେ ଅଭିଯୋଗ ଆଣିଛି। ସଂଘର ଆବାହକ ସୁବ୍ରତ ନନ୍ଦଙ୍କ ନେତୃତ୍ୱରେ ୧୦ଜଣ ଖେଳାଳି ଓ ଓସିଏର ପଦାଧିକାରୀଙ୍କ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ ଆସିଛି। ଏହି ଘଟଣାରେ ଚୟନ କମିଟି ମୁଖ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓସିଏ କାର୍ଯ୍ୟକାରୀ ସଭାପତିଙ୍କ ସଂପୃକ୍ତି ରହିଛି ବୋଲି ସଙ୍ଘ କହିଛି। ଏଥି ସହିତ ସଙ୍ଘ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଓଡ଼ିଶା କ୍ରିକେଟରେ ଉପଯୁକ୍ତ ପ୍ରତିଭାମାନଙ୍କୁ ସ୍ଥାନ ମିଳୁ ନ ଥିବାରୁ ଭାରତୀୟ ଦଳରେ ଓଡ଼ିଶାର ଖେଳାଳିଙ୍କୁ ସ୍ଥାନ ମିଳୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe