କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅପଡେଟ୍‌ ହେଉନି ଓସିଏ‌ ଓ୍ୱବସାଇଟ

ବଦଳୁନି ପୁରୁଣା ବିଭ୍ରାନ୍ତିକର ତଥ୍ୟ, ଏବେବି ଶିବସୁନ୍ଦର ରଣଜୀ ପ୍ରଶିକ୍ଷକ

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅପଡେଟ୍‌ ହେଉନି ଓସିଏ‌ ଓ୍ୱବସାଇଟ

କଟକ : ଲୋଧା ସମିତି ସୁପାରିସ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଓସିଏ େଵବସାଇଟ୍‌ ଅପଡେଟ୍‌ ହେଉନି। ଏବେ ବି ସେହି ପୁରୁଣା ତଥ୍ୟ େଵବସାଇଟ୍‌ରେ ପଡିଛି। ଯାହାକି ଓସିଏ ସମ୍ବନ୍ଧରେ ବିଭ୍ରାନ୍ତିକର ତଥ୍ୟ ଦେଉଛି। ଏପରିକି ରଣଜୀ ଦଳର ପ୍ରଶିକ୍ଷକ ଭାବେ ବର୍ତ୍ତମାନ ରଶ୍ମୀର˚ଜନ ପରିଡ଼ା କାର୍ଯ୍ୟ କରୁଥିଲେ ବି େଵବସାଇଟ୍‌ରେ ଶିବସୁନ୍ଦର ଦାସଙ୍କ ନାମ ଦର୍ଶାଯାଇଛି। ସେହିପରି ଚୟନ ସମିତି, ପ୍ରଶିକ୍ଷକ, ଓସିଏ କର୍ମଚାରୀଙ୍କ ସମ୍ପର୍କରେ ଦିଆଯାଇଥିବା ତଥ୍ୟକୁ ଅପଡେଟ୍‌ କରାଯାଇନଥିବାରୁ କ୍ରୀଡ଼ା ଜଗତକୁ ଭୂଲ୍‌ ବାର୍ତ୍ତା ଦିଆଯାଉଥିବା ଅଭିଯୋଗ ହେଉଛି।

େଵବସାଇଟରେ ଓସିଏ ବିଷୟରେ ଜଣେ ଜାଣିବାକୁ ଚାହିଁଲେ, ‘ଏବାଉଟ୍‌ ଅସ୍‌’କୁ କ୍ଲିକ୍‌ କଲେ ଯେଉଁ ପେଜ୍‌ ବାହାରୁଛି ସେଥିରେ ପ୍ରଥମେ ତିନିଟି ଫଟୋ ଦିଆଯାଇଛି। ବାରବାଟୀ ଷ୍ଟାଡିୟମର ରୂପରେଖ, ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଉଥିବାର ଦୃଶ୍ୟ ଓ ଫ୍ଲଡ ଲାଇଟ୍‌କୁ ଏହି ତିନିଟି ଫଟୋରେ ଦର୍ଶାଯାଇଛି। କିନ୍ତୁ ପ୍ରଥମ ଫଟୋରେ ବାରବାଟୀ ଷ୍ଟାଡିୟମ ବଦଳରେ କୋଲକତା ଇଡେନ ଗାର୍ଡେନ୍‌ ଷ୍ଟାଡିୟମର ଫଟୋ ରଖାଯାଇଛି। ସେହିପରି ଇ˚ଲଣ୍ତର ଏକ ଷ୍ଟାଡିୟମର ଫଟୋରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଉଥିବା ଫଟୋ ଛଡ଼ାଯାଇଛି। ତୃତୀୟ ଫଟୋରେ ମୁମ୍ବାଇର ଡି ଵାଇ ପାଟିଲ ଷ୍ଟାଡିୟମର ଫ୍ଲଡ୍‌ଲାଇଟ୍‌ ଦେଖାଯାଇ, ତାହାକୁ ବାରବାଟୀ ବୋଲି ଦର୍ଶାଯାଇଛି। ଏହାଛଡ଼ା ଓସିଏର ଭବିଷ୍ୟତ ଯୋଜନାରେ ସୁଇମି˚ ପୁଲ୍‌ର ନିର୍ମାଣ ଓ ଇନ୍‌ଡୋର ହଲ୍‌ର ନିର୍ମାଣ ହେବାକୁ ଥିବା େଵବସାଇଟ୍‌ରେ ଉଲ୍ଲେଖ ହୋଇଛି। କିନ୍ତୁ ଏହି ଯୋଜନା ୨୦୧୩ ମସିହାବେଳଠୁ କାର୍ଯ୍ୟକାରୀ ହେଲାଣି।

େଵବସାଇଟ୍‌ରେ ସ୍ବୀକୃତିପ୍ରାପ୍ତ ୟୁନିଟ୍‌ଗୁଡିକ ବିଷୟରେ ମଧ୍ୟ ସେହି ପୁରୁଣା ତଥ୍ୟ ଦିଆଯାଇଛି। ସଦସ୍ୟ ତାଲିକା ସ˚ଶୋଧିତ ହୋଇସାରିଥିଲେ ବି େଵବସାଇଟ୍‌ରେ ଏକ୍ସ-ଅଫିସିଓ ସଦସ୍ୟଙ୍କ ନାମ ଉଲ୍ଲେଖ ରହିଛି। ପାରାଦୀପ ଓ କିଟ୍‌କୁ ଖେଳିବା ଅଧିକାର ଦିଆଯାଇଛି ଓ ନେତାଜୀ ସ˚ଘର ମାମଲା ବିଚାରାଧିନ ଥିବା ଦର୍ଶାଯାଇଛି। େଵବସାଇଟ୍‌କୁ ଅପଡେଟ୍‌ କରିବା ସହ ପ୍ରତ୍ୟେକ ସମୟରେ ଦିଆଯାଉଥିବା ତଥ୍ୟକୁ ସେଥିରେ ଛାଡ଼ିବା ପାଇଁ କୋର୍ଟ ବିସିସିଆଇ ସମେତ ସମସ୍ତ ରାଜ୍ୟ ସ˚ଘମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବିସିସିଆଇ ତାହାର େଵବସାଇଟ୍‌ ଅପଡେଟ କରିବା ସହ ସଦସ୍ୟତା ତାଲିକା, ବିଭିନ୍ନ ରାଜ୍ୟ ସ˚ଘମାନଙ୍କୁ ଦିଆଯାଉଥିବା ସ୍ପଷ୍ଟୀକରଣ, ଓମ୍ବୁଡ୍‌ସମ୍ୟାନ/ଏଥିକ୍ସ ଅଫିସର, ନିର୍ବାଚନ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଲିଙ୍କ୍‌ ଦେଇଛି। ନୂଆ ଟେଣ୍ତର ହେଉ କିମ୍ବା କୌଣସି ନୂଆ ସୂଚନା େଵବସାଇଟ୍‌ ମାଧ୍ୟମରେ ଜଣାଯାଉଛି। କିନ୍ତୁ ଏକ୍ଷେତ୍ରରେ ଓସିଏ ବହୁତ ପଛରେ ରହିଯାଇଛି। ତେବେ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି ଯେ ଓସିଏ ପାଖରେ ପାଣ୍ଠିର ଘୋର ଅଭାବ ରହିଛି। େଵବସାଇଟ୍‌ ନିୟନ୍ତ୍ରଣ କରୁଥିବା ସ˚ସ୍ଥାକୁ ଠିକ୍‌ରେ ଟଙ୍କା ଦିଆଯାଇପାରୁନି। ସ୍ବତନ୍ତ୍ର ପାଣ୍ଠି ପାଇଁ ବିସିସିଆଇକୁ କୁହାଯାଇଥିଲେ ବି କିଛି ଜବାବ ମିଳୁନି। କୋର୍ଟ କେବଳ ନିର୍ଦ୍ଦେଶ ଦେଲେ ହେବନି, ଏଥିପାଇଁ ଆମ ପାଖରେ ଟଙ୍କା ରହିବା ଦରକାର। ତଥାପି ଦେଖୁଛୁ ଆଗକୁ ଯଦି କିଛି ଅନୁଦାନ ଆସେ େଵବସାଇଟ୍‌କୁ ନୂଆ ରୂପ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe