ଓସିଏର ନୂଆ ୱେବସାଇଟ ଉନ୍ମୋଚିତ

Advertisment
ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ

odishanewstimes.com

କଟକ: ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ନୂଆ ୱେବସାଇଟ୍‌ ଉନ୍ମୋଚିତ ହୋଇଛି। ବୁଧବାର ଅନ୍‌ଲାଇନ୍‌ ମାଧ୍ୟମରେ ଓସିଏ ଆପେକ୍ସ କାଉନସିଲ ବୈଠକରେ ଏହି ୱେବସାଇଟ୍‌କୁ ଉନ୍ମୋଚନ କରାଯାଇଛି। ଏଥିସହିତ ସାମାଜିକ ଗଣମାଧ୍ୟରେ ଓସିଏର ସ୍ବତନ୍ତ୍ର ପେଜ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ପୂର୍ବତନ ଚୟନକର୍ତ୍ତା ସ୍ବର୍ଗତ ରବିନାରାୟଣ ପଣ୍ଡା ଓ ପୂର୍ବତନ ଖେଳାଳି ତଥା ବିସିସିଆଇ ମ୍ୟାଚ୍‌ ରେଫରି ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ଉପଲକ୍ଷେ ନିରବ ପ୍ରାର୍ଥନା କରାଯାଇଥିଲା। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭବିଷ୍ୟତରେ କେବେ ପୁଣି କ୍ରିକେଟ ଆରମ୍ଭ ହେବ ତାହା ଉପରେ ଓସିଏ କର୍ମକର୍ତ୍ତା ନିଷ୍ପତ୍ତି ନେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଥିସହ ପଞ୍ଜିକୃତ ଖେଳାଳି ଓ ଅଧିକାରୀମାନଙ୍କ ପାଇଁ ଏକ କୋଭିଡ୍‌ ଟିକାକରଣ ‌ଶିବିର ଆୟୋଜନ କରିବାକୁ ଓସିଏ ଯୋଜନା କରିଛି। ଏସଂପର୍କରେ ରାଜ୍ୟ ସରକାରଙ୍କୁ ବିଶେଷ ଅନୁରୋଧ କରାଯିବ ବୋଲି ବୈଠକରେ ଅବଗତ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଂଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ସୁବାଶିଷ ସେନାପତି, ସିଏଜିରୁ ଦୀପକ ରଘୁ, ଖେଳାଳି ସଂଘରୁ ଅବକାଶ ଖଟୁଆ, ରଶ୍ମିତା ମହାନ୍ତି ଏବଂ ଓସିଏ ସିଇଓ ସୁବ୍ରତ କୁମାର ବେହେରା ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe