Advertisment

ବଲିଉଡ୍ ଗାୟକ ମିକା ସିଂ ଗାଇଲେ ବିଶ୍ୱକପ୍ ହକି ଓଡ଼ିଆ ଚିଅର୍ ଅପ୍ ସଙ୍ଗ୍ ‘ଆସ କରିବା ବୋବାଲ, ଓଡ଼ିଶା ନାଁ ହେବ ଗ୍ଲୋବାଲ୍...’

Advertisment
ବଲିଉଡ୍ ଗାୟକ ମିକା ସିଂ ଗାଇଲେ  ବିଶ୍ୱକପ୍ ହକି ଓଡ଼ିଆ ଚିଅର୍ ଅପ୍ ସଙ୍ଗ୍ ‘ଆସ କରିବା ବୋବାଲ, ଓଡ଼ିଶା ନାଁ ହେବ ଗ୍ଲୋବାଲ୍...’

News18.com

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ୨୦୧୮ ପୁରୁଷ ହକି ବିଶ୍ୱକପ୍ ପାଇଁ ଏକ ଉତ୍ସାହ ଉଦ୍ରେକକାରୀ ଓଡ଼ିଆ ଗୀତ ବା ଚିଅର୍ ଅପ୍ ସଙ୍ଗ ପ୍ରସ୍ତୁତ କରାଯାଇଛି । ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ  କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସଂଗୀତକୁ ପ୍ରସ୍ତୁତ କରିଛି । “ଆସ କରିବା ବୋବାଲ,ଓଡ଼ିଶା ନାଁ ହେବ ଗ୍ଲୋବାଲ୍...” ଶୀର୍ଷକର ଏହି ଏହି ଓଡ଼ିଆ ଚିଅର୍ ଅପ୍ ଗୀତର ଭିଡିଓ ଦୀପାବଳିରେ ରିଲିଜ୍ କରାଯାଇଛି । ବଲିଉଡର ଖ୍ୟାତନାମା ଗାୟକ ମିକା ସିଂହ ଏହାକୁ ଗାଇଛନ୍ତି । ଏହି ଗୀତର ୨.୨୦ ମିନିଟର ଭିଡିଓରେ ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ହକିକୁ ନେଇ କିପରି ଉତ୍ସାହିତ ତାହା ପ୍ରଦର୍ଶିତ ହୋଇଛି।

ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଭିଡିଓରେ ନାଚିନାଚି ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖାଯାଉଛି । ଏହି ଭିଡିଓକୁ ଟ୍ୱିଟରରେ ସେୟାର୍ କରି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ କୁହାଯାଇଛି, ‘ସବୁ କପ୍ ଗୋଟିଏ ସଂଗୀତ ଆବଶ୍ୟକ କରେ, ଏହି ସଂଗୀତ ଓଡିଶା ପାଇଁ ଉଦ୍ଦିଷ୍ଟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe