ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡମିଣ୍ଟନ ଚମ୍ପିୟାନସିପର ଚତୁର୍ଥ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଅଛିl ଚତୁର୍ଥ ଦିନର ଖେଳରେ ଓଡ଼ିଆ ଖେଳାଳି ତନଭି ପତ୍ରି ୧୫ବର୍ଷରୁ କମ୍‌ ବୟସ ବର୍ଗର କ୍ୱାର୍ଟର ଫାଇନାଲରେ ଉତ୍ତରପ୍ରଦେଶର ଅଗ୍ରୀମା ସିଂଙ୍କୁ 21-14 ଓ 21-14ପଏଣ୍ଟର ଦୁଇଟି ଗେମ୍‌ରେ ପରାଜିତ କରି ସେମି ଫାଇନାଲରେ ପହଞ୍ଚିଛନ୍ତିl ଏହି ବୟସ ବର୍ଗରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ହାମସିନୀ ଚନ୍ଦରମ ଓ ପଞ୍ଜାବର ଇନାୟତ ଗୁଲାଟି ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି। 

Advertisment

Badminton2

ବାଳକ ୧୫ବର୍ଷରୁ କମ୍‌ ବିଭାଗର କ୍ୱାର୍ଟର ଫାଇନାଲ ଲଢ଼େଇରେ ତେଲେଙ୍ଗାନାର ଶ୍ରୀଚେତନ ସୌର୍ଯ୍ୟ ସାମଲା ଟପ ସିଡ ପଞ୍ଜାବର ୱାଜିର ସିଂଙ୍କୁ 21-19, 21-23 ଓ 21-18 ପଏଣ୍ଟରେ ହରାଇ ସେମି ଫାଇନାଲ ପହଞ୍ଚିଛନ୍ତିl ଏହିବିଭାଗରେ କର୍ଣ୍ଣାଟକର ପୁଷ୍କର ସାଇ, ଦିଲ୍ଲୀର ହର୍ଷିତ ଖତ୍ରୀ ଓ ରାଜସ୍ଥାନର ଅଂଶୁମାନ ଚୌଧୁରୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତିl ୧୫ବର୍ଷରୁ କମ୍‌ ବାଳିକା ଡବଲସ୍‌ରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଯୋଡି ଶ୍ରେୟା କାନ୍ଦିବିଲ୍ଲା ଓ ଶ୍ରୀ ନାଗଲକ୍ଷ୍ମୀ. ପି. ଙ୍କୁ 22-20, 14-21 ଓ 21-11 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତିl ଏହି ବିଭାଗର ଅନ୍ୟ ଏକ କ୍ଵାଟରରେ ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ. ଜେ.  ଆନ୍ଧ୍ର-ହରିଆଣା ଯୋଡି ତ୍ରିସିଥା ଓ ଜୋଏଲ ରଣାଙ୍କୁ ହରାଇ ସେମିଫାଇନାଲରେ ପହଂଚିଛନ୍ତିl

Badminton1

ଆହୁରି ପଢ଼ନ୍ତୁ: ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ସାଙ୍ଗକୁ ଏଭଳି କଥା କହି ଟଳି ପଡ଼ିଲେ ବ୍ୟବସାୟୀ

ଡିସେମ୍ବର ୬ରେ ଫାଇନାଲ

୧୭ ବର୍ଷରୁ କମ୍‌ ବାଳିକା ସିଙ୍ଗଲ ବିଭାଗରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କେରଳର ହିଥା ମାରିଆ ଜୋସଙ୍କୁ  21-15,21-12 ଦୁଇଟି ଗେମ୍‌ରେ ପରାସ୍ତ କରି ପ୍ରତିଯୋଗୀତାର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତିl ଏହି ବିଭାଗର ଅନ୍ୟ କ୍ଵାଟର ଫାଇନାଲ ଲଢେଇରେ ତାମିଲନାଡୁ ଖେଳାଳି ଦୀକ୍ଷା ଏସ. ଆର, ଦିଲ୍ଲୀ ଖେଳାଳି ଋଷିକା ନନ୍ଦୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତିl 17 ବର୍ଷ କମ ବାଳକ ବିଭାଗରେ ଟପ ସିଡ ଜଗସେର ସିଂ ଖାଙ୍ଗୁରା କର୍ଣ୍ଣାଟକର ପ୍ରଣବ ଏମ୍‌ଙ୍କୁ 21-14,21-17 ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତିl ଏହି ବିଭାଗରେ ଆସାମର ବର୍ଣ୍ଣିଲ ଆକାଶ ଚେଙ୍ଗମାଇ, ପଞ୍ଜାବର ବିରାଜ ଶର୍ମା, ମହାରାଷ୍ଟ୍ରର ଦେବ ରୂପରେଲିଆ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମିଫାଇନାଲ ରେ ପହଞ୍ଚିଛନ୍ତିl ୫ ତାରିଖ ଦିନ ସମସ୍ତ ବିଭାଗର ସେମି ଫାଇନାଲ ଏବଂ ଆଗାମୀ ୬ ତାରିଖ ଦିନ ଏହି ଜାତୀୟ ଚମ୍ପିଅନସିପ୍‌ର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତିl

ଆହୁରି ପଢ଼ନ୍ତୁ: OHRC: ଡ୍ରେନ୍‌ରେ ପଡ଼ି ଯୁବକ ଗୁରତର ଘଟଣା: ୫୦ ହଜାର ଅନ୍ତରୀଣ କ୍ଷତିପୂରଣ ନିର୍ଦ୍ଦେଶ