ରାଜ୍ୟ ପେନ୍‌କାକ୍‌ ସିଲାଟରେ ଭୁବନେଶ୍ୱରକୁ ୪ ପଦକ

Advertisment
ରାଜ୍ୟ ପେନ୍‌କାକ୍‌ ସିଲାଟରେ ଭୁବନେଶ୍ୱରକୁ ୪ ପଦକ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟ ପେନ୍‌କାକ୍‌ ସିଲାଟ ପ୍ରତିଯୋଗିତାରେ ଭୁବନେଶ୍ୱର ଖେଳାଳିମାନେ ଚାରିଟି ପଦକ ଜିତିଛନ୍ତି। ଭୁବନେଶ୍ୱରର ୧୨ ଜଣିଆ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲା। ୧୨ଟି ଜିଲ୍ଲା ଅଂଶ ଗ୍ରହଣ କରିଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ପକ୍ଷରୁ ଅଭିନାଶ ଦାସ ଓ ହିମାଂଶୁ ଶେଖର ସାହୁ ରୌପ୍ୟ ଏବଂ ରଂଜିତ ନାୟକ ଓ ଡାନିଏଲ୍‌ ଖରା କାଂସ୍ୟ ପଦକ ଜିତିଥିଲେ। ସମସ୍ତେ ଟାଣ୍ଡିଂ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଶେଖର ସୁମନ ଦାଶ ଭୁବନେଶ୍ୱର ଦଳର ପ୍ରଶିକ୍ଷକ ଥିଲେ। କଟକର କଳିଙ୍ଗ ଭୂଷଣ ରାଉତ ଓ ସଂଗୀତା ରାଉତ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe