ଓଡ଼ିଶାର ଚତୁର୍ଥ ବିଜୟ, ମହିଳା ଦିନିକିଆ

Advertisment
ଓଡ଼ିଶାର ଚତୁର୍ଥ ବିଜୟ, ମହିଳା ଦିନିକିଆ

କଟକ: ଏଠାରେ ଚାଲିଥିବା ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ସନ୍‌ସାଇନ୍‌ ପଡ଼ିଆରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୩ ଵିକେଟରେ ରାଜସ୍ଥାନକୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ରାଜସ୍ଥାନ ଏସ୍‌ଏଲ୍‌ ମୀନା (୫୧*)ଙ୍କ ଅପରାଜିତ ଅର୍ଧଶତକ ସହାୟତାରେ ୧୦୭ ରନ୍‌ କରିଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ୪, ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଓ ରୀମାଲକ୍ଷ୍ମୀ ଏକ୍କା ୧ ଵିକେଟ୍‌ ନେଇଥିଲେ। ତେବେ ୧୦୮ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଓଡ଼ିଶାକୁ ୭ ଵିକେଟ୍‌ ହରାଇବାକୁ ପଡ଼ିଥିଲା। ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ସରିତା ମେହେରଙ୍କ ଅପରାଜିତ ୪୬ ରନ୍‌ ବଳରେ ଓଡ଼ିଶା ୪୬.୨ ଓଭରରେ ମ୍ୟାଚ୍‌ ଜିତିନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ବେହେରା ୧୪, ପ୍ରଜ୍ଞା ପାରମିତା ମହାନ୍ତି ୧୫, ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୨ ରନ୍‌ କରିଥିଲେ। ଏହି ବିଜୟ ସହ ଓଡ଼ିଶା ୧୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଆସନ୍ତା ୧୬ ତାରିଖରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ହିମାଚଳ ପ୍ରଦେଶକୁ ନିମପୁର ପଡ଼ିଆରେ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe