ଓଡ଼ିଶା‌ର ଅଷ୍ଟମ ଅର୍ଜୁନ

ଓଡ଼ିଶା‌ର ଅଷ୍ଟମ ଅର୍ଜୁନ

ଭୁବନେଶ୍ବର: ଓଡ଼ିଶାର ପ୍ରତିଭାବାନ୍ ପାରାବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ମିଳିଛି। ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ତା’ ସହ ପ୍ରମୋଦ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ଲାଭ କରିବାର ଯୁଗଳ ଖୁସି ପାଇଛନ୍ତି। ଅର୍ଜୁନ ପୁରସ୍କାର ଲାଭ କରିବାରେ ମିନତୀ ମହାପାତ୍ର, ବିଜୟ ଶତପଥୀ, ରଚିତା ପଣ୍ଡା (ମିସ୍ତ୍ରୀ), ଦୀଲିପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ନେସ ତିର୍କି ଓ ରବି କୁମାରଙ୍କ ପରେ ସେ ଅଷ୍ଟମ ଓଡ଼ିଆ ହୋଇଛନ୍ତି।

publive-image

ତେବେ ଭିନ୍ନକ୍ଷମ କ୍ରୀଡ଼ାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇବାରେ ପ୍ରମୋଦ ଓଡ଼ିଶାର ପ୍ରଥମ ଖେଳାଳି। ଜାତୀୟ ସ୍ତରରେ ୩୦ ସ୍ବର୍ଣ୍ଣ, ୧୪ ରୌପ୍ୟ ଓ ଦୁଇଟି କାଂସ୍ୟ ଜିତିଥିବା ଏହି ୩୧ ବର୍ଷୀୟ ଖେଳାଳି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତି ସାରିଲେଣି। କେବଳ ଚଳିତ ବର୍ଷ ସେ ୧୦ ସ୍ବର୍ଣ୍ଣ ଏବଂ ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଅମଳ କରି ସାରିଛନ୍ତି। ‌ପାରା ବ୍ୟାଡମିଣ୍ଟନର ଏସ୍‌ଏଲ-ଥ୍ରୀ ବର୍ଗରେ ପ୍ରମୋଦ ବି ସଂପ୍ରତି ବିଶ୍ବର ଏକ ନମ୍ବର ଖେଳାଳି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe