ଭୁବନେଶ୍ବର: ରାଜ୍ୟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ତଥା ଏଡିଜି ଅପରେସନ୍ ସଂଜୀବ ପଣ୍ଡା ମାରାଥନ ଟ୍ରାକ୍ରେ ନିଜ ଯାଦୁ ଦେଖାଇଛନ୍ତି। ଟାଟା ମୁମ୍ବାଇ ମାରାଥନ୍ (୪୨.୧୯୫ କିଲୋମିଟର)କୁ ସଫଳତାର ସହ ୪ ଘଣ୍ଟା ୩୦ ମିନିଟ୍ରେ ଶେଷ କରିଛନ୍ତି ଏହି ଦକ୍ଷ ଆଇପିଏସ୍। ତା’ ସହିତ ଫିନିସର୍ ମେଡାଲ ମଧ୍ୟ ଲାଭ କରିଛନ୍ତି ସେ। ତାଙ୍କ ସହିତ ଭୁବନେଶ୍ବର ସାଇକ୍ଲିଂ ଓ ଆଡଭେଞ୍ଚର୍ କ୍ଲବ୍ର ୩୫ ମଧ୍ୟ ସଦସ୍ୟ ମଧ୍ୟ ଏହି ମାରାଥନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
ମୁମ୍ବାଇ ମାରାଥନ ଭଳି ଏକ ସମ୍ମାନଜନକ ମାରାଥନରେ ଅଂଶଗ୍ରହଣ କରିବା ମୋ ପାଇଁ ନୂଆ ଅଭିଜ୍ଞତା ନେଇ ଆସିଛି ବୋଲି ସଂଜୀବ ଜିନ ପ୍ରତିକ୍ରିୟାରେ କହିଛନ୍ତି। ସେହିଭଳି ଦୀର୍ଘ ୪୨.୧୯୫ କିଲୋମିଟର ପଥ ଦୌଡ଼ିବା ଲାଗି ଶକ୍ତି ଓ ସାମର୍ଥ୍ୟ ଦେଇଥିବାରୁ ଭଗବାନକୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ରନିଂ ସାଥୀ ତଥା ଓଡ଼ିଶା ରାଜ୍ୟ ହାଉସିଂର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ନାୟକ, ଆଇଜି ସିବିଆଇ ତଥା ଆଇପିଏସ୍ ସୁବାବା ରେଡ୍ଡୀ, ଆଇପିଏସ୍ ତଥା ରାଜ୍ୟପାଳଙ୍କ ଏଡିସି କୁଲଦୀପ ମୀନା ପ୍ରମୁଖ ମଧ୍ୟ ଏହି ମାରାଥନକୁ ସଫଳତାର ସହ ଶେଷ କରିଛନ୍ତି।
ଆହୁରି ପଢ଼ନ୍ତୁ: Care Ratings: ଭାରତର ଅଭିବୃଦ୍ଧି ୭% ହେବ: କେୟାର ରେଟିଂସ୍
ସୂଚନାଯୋଗ୍ୟ ଯେ ଏହି ମାରାଥନର ପୁରୁଷରେ ଇତିଓପିଆର ତାଦୁ ଆପେଟ ଡେମେ ଏବଂ ମହିଳା ବିଭାଗରେ ୟେସି କଲାୟୁ ଚେକୋଲେ ବିଜେତା ହୋଇଥିଲେ। ଭାରତୀୟଙ୍କ ମଧ୍ୟରେ କାର୍ତ୍ତିକ କର୍କେରା ଓ ସଂଜିବନୀ ଯାଦବ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗର ଟ୍ରଫି ଜିତିଥିଲେ।
ଆହୁରି ପଢ଼ନ୍ତୁ: Bus Accident Jharkhand: ଝାଡ଼ଖଣ୍ଡରେ ବରଯାତ୍ରୀ ବସ୍ ଓଲଟି ୫ ମୃତ , ୨୫ ଆହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/p-2026-01-18-20-27-51.jpg)