ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ତାମିଲନାଡ଼ୁ ରଣଜୀ ମୁକାବିଲାର ଦ୍ବିତୀୟ ଦିନରେ ୧୪ ୱିକେଟ୍ ପତନ ଘଟିଛି। ଭ୍ରମଣକାରୀ ତାମିଲନାଡ଼ୁର ୨୮୬ ରନ୍ ଜବାବରେ ଓଡ଼ିଶା ମାତ୍ର ୧୪୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଗତକାଲିର ସ୍କୋର୍ ୨୮୧/୭ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିବା ତାମିଲନାଡ଼ୁ ୩ ଓଭର ଖେଳି ଏଥିରେ ୫ ରନ୍ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍ ହରାଇଥିଲା। ଦେବବ୍ରତ ପ୍ରଧାନ (୨) ଓ ରାଜେଶ ମହାନ୍ତି (୧) ଏହି ୩ ୱିକେଟ୍ ବାଣ୍ଟିନେବା ସହ ବ୍ୟକ୍ତିଗତ ଭାବେ ୩ ୱିକେଟ୍ ସଫଳତା ପାଇଥିଲେ।
ଜବାବରେ ଓଡ଼ିଶା ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ସ୍ବସ୍ତିକ ସାମଲ (୧)ଙ୍କୁ ହରାଇଥିଲା। ତାଙ୍କ ସହ ସୋନୁ ଯାଦବ ନିଜର ପ୍ରଥମ ସ୍ପେଲ୍ ୫ ଓଭର ମଧ୍ୟରେ ଶୁଭ୍ରାଂଶୁ ସେନାପତି (୧୨), ଗୋବିନ୍ଦ ପୋଦ୍ଦାର (୦) ଓ ବିପ୍ଳବ ସାମନ୍ତରାୟ (୧)ଙ୍କୁ ଆଉଟ୍ କରି ଓଡ଼ିଶାକୁ ବଡ଼ ଝଟ୍କା ଦେଇଥିଲେ। ୧୧ତମ ଓଭରରେ ଶାନ୍ତନୁ ମିଶ୍ର (୬)ଙ୍କୁ ଗୁରଜାପନୀତ ସିଂହ ଆଉଟ୍ କରିଦେବାରୁ ଓଡ଼ିଶା ୨୧/୫ରେ ସଂଘର୍ଷ କରିଥିଲା। ରାଜେଶ ଧୂପର (୮) ମଧ୍ୟ ବଡ଼ ସ୍କୋର୍ କରି ପରି ନଥିଲେ ମଧ୍ୟ ଅନିଲ ପରିଡ଼ାଙ୍କ ସହ ୨୨ ରନ୍ର ଭାଗୀଦାର ଗଢ଼ିଥିଲେ। ଧୂପରଙ୍କ ଆଉଟ୍ ପରେ ଅନିଲ ଓ ସମ୍ବିତ ପାଳି ସମ୍ବାଳିଥିଲେ। ଉଭୟ ସପ୍ତମ ୱିକେଟ୍ରେ ୫୭ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର୍ ୧୦୦ ଥିଲା ବେଳେ ସମ୍ବିତ (୩୬) ପ୍ୟାଭିଲିୟନ୍ ଫେରିଥିଲେ।
ତାମିଲନାଡ଼ୁର ୨୮୬ ରନ୍ ଜବାବରେ ଓଡ଼ିଶା ମାତ୍ର ୧୪୮ ରନ୍ରେ ଅଲ୍ଆଉଟ୍
ଅଧିକପଢ଼ନ୍ତୁ:ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି
ଏହାପରେ ଦେବବ୍ରତ ପ୍ରଧାନ (୧୫)ଙ୍କ ସହ ୩୨ ରନ୍ ଯୋଡ଼ିଥିଲେ ଅନିଲ। ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ଅନିଲ ଶେଷ ୱିକେଟ୍ ଭାବେ ୫୬ ରନ୍ରେ ଆଉଟ୍ ହୋଇଥିଲେ। ତାଙ୍କୁ ସୋନୁ ଆଉଟ୍ କରି ୫ ୱିକେଟ୍ ସଫଳତା ପାଇଥିଲେ। ତାମିଲନାଡ଼ୁ ଦ୍ବିତୀୟ ପାଳି ଆରମ୍ଭ କରି ଷ୍ଟମ୍ପ୍ସ ବେଳକୁ ଗୋଟିଏ ୱିକେଟ୍ ହରାଇ ୨୬ ରନ୍ କରିଛି। ନାରାୟଣ ଜଗଦୀଶନ (୪)ଙ୍କୁ ସମ୍ବିତ ବରାଳ ଆଉଟ୍ କରିଛନ୍ତି। ଅତୀଶ ଏସ୍ଆର୍ (୧୨*) ଓ ପି ବିଦ୍ୟୁତ୍ (୭*) ବ୍ୟାଟିଂ କରୁଛନ୍ତି। ଏଥିସହ ତାମିଲନାଡ଼ୁ ୧୬୪ ରନ୍ରେ ଆଗରେ ରହିଛି।
ସଂକ୍ଷିପ୍ତ ସ୍କୋର: ତାମିଲନାଡୁ ପ୍ରଥମ ପାଳି: ୮୬ ଓଭରରେ ୨୮୬ (ପ୍ରଦୋଷ ରଂଜନ ପଲ୍-୭୮, ସି ଆନ୍ଦ୍ରେ ସିଦ୍ଧାର୍ଥ-୫୬, ଏସ୍ଆର୍ ଅତୀଶ-୫୦, ନିଧୀଶ ରାଜଗୋପାଳ-୫୪, ଦେବବ୍ରତ ପ୍ରଧାନ-୩/୩୭, ରାଜେଶ ମହାନ୍ତି-୩/୫୧)। ଓଡ଼ିଶା ପ୍ରଥମ ପାଳି: ୫୧.୨ ଓଭରରେ ୧୪୮ (ଅନିଲ ପରିଡ଼ା-୫୬, ସମ୍ବିତ ବରାଳ-୩୬, ସୋନୁ ଯାଦବ-୫/୩୦, ତ୍ରିଲୋକ ନାଗ-୨/୩୬, ପି ବଦ୍ୟୁତ୍-୨/୧୨)। ତାମିଲନାଡ଼ୁ ଦ୍ବିତୀୟ ପାଳି: ୧୭ ଓଭରରେ ୨୬/୧ (ଅତୀଶ ଏସ୍ଆର୍-୧୨*, ପି ବିଦ୍ୟୁତ୍-୭*, ସମ୍ବିତ ବରାଳ-୧/୩)
Follow Us