ଓଡ଼ିଶା ବଲ୍‌ବ୍ୟାଡ୍‌ମିଣ୍ଟନ ଦଳର ମୋତିହାରୀ ଯାତ୍ରା

Advertisment
ଓଡ଼ିଶା ବଲ୍‌ବ୍ୟାଡ୍‌ମିଣ୍ଟନ ଦଳର ମୋତିହାରୀ ଯାତ୍ରା

ଭୁବନେଶ୍ୱର: ବିହାରରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ଯୁବ ବଲ୍‌ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା (ଉଭୟ ପୁରୁଷ ଓ ମହିଳା) ଦଳ ମୋତିହାରୀ ଯାତ୍ରା କରିଛି। ରାଜ୍ୟ ଶାଖା ସଂପାଦକ ସୁକାନ୍ତ ଦାଶଙ୍କ ଘୋଷଣା ଅନୁଯାୟୀ ପୁରୁଷ ଦଳରେ ଭେଙ୍କଟରମଣ ସାହୁ, ବିଶ୍ୱଜିତ୍‌ ପ୍ରଧାନ, ସରୋଜ କୁମାର ନାଗ, ସଞ୍ଜୀବ ଗଡ଼ତିଆ, ପ୍ରଦୀପ ମନ୍ତ୍ରୀ, ପ୍ରବୀଣ ରାଉତ, ସୌମେଶ ରଞ୍ଜନ ପାତ୍ର, ରୂପେଶ ରାୟ, ମାନସ ରଞ୍ଜନ ମିଶ୍ର ଓ ତ୍ରିଲୋଚନ ମହାନ୍ତିି ସାମିଲ ଥିଲା ବେଳେ ମହିଳା ଦଳରେ ସାଇ ଶୈଳଜା, ଶିବାନୀ ମାଝୀ, ସଂଗୀତା ମଲ୍ଲିକ, ମାୟାବତୀ ପ୍ରଧାନ, ମିଲି ହାଲ୍‌ଦାର, ସରସ୍ୱତୀ ପ୍ରଧାନ, ଅଶ୍ୱିନୀ ବିଶ୍ୱାଳ, ମାନସୀ ବିଶ୍ୱାଳ, ତୃପ୍ତିମୟୀ ସାହୁ ରହିଛନ୍ତି। ବିଜୟ କୁମାର ଖୁଣ୍ଟିଆ ଏବଂ ଅନିଲ ମହାରଣା ଯଥାକ୍ରମେ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ବିହାର ଯାତ୍ରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe