ଓଡ଼ିଶା ବାଳକ ଫୁଟ୍‌ବଲ୍‌ ଦଳକୁ ସମ୍ବର୍ଧନା

ଓଡ଼ିଶା ବାଳକ ଫୁଟ୍‌ବଲ୍‌ ଦଳକୁ ସମ୍ବର୍ଧନା

କଟକ: ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଇତିହାସ ରଚିଥିବା ଓଡ଼ିଶା ଦଳର ସମସ୍ତ ସଦସ୍ୟଙ୍କୁ ମଙ୍ଗଳବାର କଟକ ରେଳ ଷ୍ଟେସନ୍‌ରେ ସମ୍ବର୍ଧନା ଦିଆଯାଇଛି। କେବଳ ଷ୍ଟେସନ୍‌ରେ ନୁହେଁ ସହରର ବିଭିନ୍ନ ସ୍ଥାନରେ ରୟାଲ କ୍ଲବ୍‌, ଉଦୟ କ୍ଲବ୍‌, କିଶୋର କ୍ଲବ୍‌, କ୍ଲବ୍‌ ଏନ୍‌ କ୍ଲବ୍‌, ସାଇ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ମଧ୍ୟ ସମ୍ବର୍ଧନା ଦିଆଯାଇଥିଲା। ଶୋଭାଯାତ୍ରାରେ ଖେଳାଳିମାନଙ୍କୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ପାଇଁ ବିଜେତା ହୋଇଥିଲା। ଏଥିପାଇଁ ଓଡ଼ିଶା ଦଳର ସମସ୍ତ ସଦସ୍ୟଙ୍କ ପାଇଁ ଫାଓ ପକ୍ଷରୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଫାଓ ଉପ ସଭାପତି ଭକ୍ତ ବଲ୍ଲଭ ଦାସ, ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ସଙ୍ଗୀତା ଶର୍ମା, ଅଭିଜିତ ପାଲ୍‌, ବିଷ୍ଣୁ ଚରଣ ରାଉତ, ନରେନ୍ଦ୍ର କୁମାର ସାହୁ, ଅମରେନ୍ଦ୍ର ସାହୁ, ନୃସି˚ହ ଚରଣ ଚୌଧୁରୀ, ନଳିନୀକାନ୍ତ ମହାନ୍ତି, ବିପିନ୍‌ ବେହେରା, ଗୋପବନ୍ଧୁ ସାହୁ, ଅମରେନ୍ଦ୍ର ସି˚ହ, ମାନସ ସାମଲ, ସହଦେବ ରାଉତ, ନିପେନ୍ଦ୍ର କୁମାର ଦାସ, ହୃଷିକେଶ ବେହେରା, ଗୌତମ ଦାସ, ବିବେକାନନ୍ଦ ପାତ୍ର, ଗୀତାଞ୍ଜଳି ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe