ଓଡ଼ିଶା ବାଳକ ବିଜେତା, ବାଳିକା ତୃତୀୟ

Advertisment

ସର୍ବଭାରତୀୟ ରଗ୍‌ବି

ସର୍ବଭାରତୀୟ ରଗ୍‌ବି

ଓଡ଼ିଶା ବାଳକ ବିଜେତା, ବାଳିକା ତୃତୀୟ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ସର୍ବଭାରତୀୟ ରଗ୍‌ବି ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ଲାଭ କରିଛି। ଓଡ଼ିଶା ବାଳକ ଏହି ପ୍ରତିଯୋଗିତାରେ ବିଜେତା ହୋଇଥିଲା ବେଳେ ବାଳିକା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଳକ ସେମିଫାଇନାଲରେ ଓଡ଼ିଶା ୧୦-୫ରେ ତାମିଲନାଡୁକୁ ପରାସ୍ତ କରି ଫାଇନାଲ୍‌ ଯାଇଥିଲା। ଫାଇନାଲରେ ମହାରାଷ୍ଟ୍ରକୁ ସେହି ୧୦-୫ ବ୍ୟବଧାନରେ ହରାଇ ବିଜେତା ହେବାର ଗୌରବ ଲାଭ କରିଥିଲା। ବାଳିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ପୁଣି ଥରେ ୧୦-୫ ବିଜୟ ସହ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe