Odisha Chess Pride Festival: ଓଡ଼ିଶା ଚେସ୍‌ରେ ଗୌରବ ପର୍ବ: ସାତ୍ତ୍ବିକ ସର୍ବକନିଷ୍ଠ କ୍ୟାଣ୍ଡିଡେଟ୍ ମାଷ୍ଟର୍

ଓଡ଼ିଶା ଚେସ୍‌ର ବିସ୍ମୟ ବାଳକ ସାତ୍ତ୍ବିକ ସ୍ବାଇଁ ଆଉ ଏକ ବଡ଼ ସଫଳତା ଲାଭ କରିଛନ୍ତି। ଗତ ଜୁନ୍‌ରେ ହରିୟାଣାର ଗୁରୁଗ୍ରାମଠାରେ ଆୟୋଜିତ ୩୮ତମ ଜାତୀୟ ୯ବର୍ଷରୁ କମ୍ ଓପନ୍ ଚେସ୍ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ରାଜ୍ୟର....

fshfsfhsxvbbvvb

ଭୁବନେଶ୍ବର: ଓଡ଼ିଶା ଚେସ୍‌ର ବିସ୍ମୟ ବାଳକ ସାତ୍ତ୍ବିକ ସ୍ବାଇଁ ଆଉ ଏକ ବଡ଼ ସଫଳତା ଲାଭ କରିଛନ୍ତି। ଗତ ଜୁନ୍‌ରେ ହରିୟାଣାର ଗୁରୁଗ୍ରାମଠାରେ ଆୟୋଜିତ ୩୮ତମ ଜାତୀୟ ୯ବର୍ଷରୁ କମ୍ ଓପନ୍ ଚେସ୍ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ରାଜ୍ୟର ସର୍ବକନିଷ୍ଠ ଖେଳାଳିଭାବେ ଫିଡେ କ୍ୟାଣ୍ଡିଡେଟ୍ ମାଷ୍ଟର୍ସ ଟାଇଟଲ୍ ହାସଲ କରିଛନ୍ତି ସେ। ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ବିରଳ ପ୍ରତିଭାଧାରୀ ଶିଶୁ ଚେସ୍‌ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ନେଉଥିବା କିଙ୍ଗ ଚେସ୍‌ ସେଣ୍ଟରର ପ୍ରତିଷ୍ଠାତା ବିଶ୍ୱଜିତ୍ ରାୟ, ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ)ର ସମ୍ପାଦକ ଦେବବ୍ରତ ଭଟ୍ଟ, ପୁରୀ ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଟ୍ରିପଲ ସି ଚେସ୍‌ କ୍ଲବ୍ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ଉପସଭାପତି ଅର୍ଘ୍ୟ ଅର୍ପଣ ପରିଡ଼ା, ଅନ୍ତର୍ଜାତୀୟ ଚେସ୍‌ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ସନ୍ତୋଷ ମହାପାତ୍ରଙ୍କ ସହ ରାଜ୍ୟର ବହୁ ବରିଷ୍ଠ ଖେଳାଳିମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଏହା ପୂର୍ବରୁ ସାତ୍ତ୍ୱିକ ରାଜ୍ୟର ସର୍ବକନିଷ୍ଠ ଖେଳାଳି ଭାବେ ମର୍ଯ୍ୟାଦାଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର (ଶ୍ରେଷ୍ଠ ଉଦୀୟମାନ ଖେଳାଳି) ପାଇଥିଲେ। ଭୁବନେଶ୍ବରର ସମ୍ବିତ ସ୍ବାଇଁ ଓ ସୋନମ ସରିତା ମହାନ୍ତିଙ୍କୁ ପୁଅ ସାତ୍ତ୍ବିକ ଗତବର୍ଷ ଇଟାଲିରେ ଆୟୋଜିତ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ଏବଂ ଜର୍ଜିୟାରେ ଆୟୋଜିତ ଫିଡେ ଚେସ୍ ବିଶ୍ବକପ୍‌ର ୮ବର୍ଷରୁ କମ୍ ଓପନ୍ ବର୍ଗରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe