ଓଡ଼ିଶା କପ୍ ପେନଚାକ୍ ସିଲାଟ୍: ଝାରସୁଗୁଡ଼ା ବିଜେତା, କେନ୍ଦୁଝର ଉପବିଜେତା

Advertisment
ଓଡ଼ିଶା କପ୍ ପେନଚାକ୍ ସିଲାଟ୍: ଝାରସୁଗୁଡ଼ା ବିଜେତା, କେନ୍ଦୁଝର ଉପବିଜେତା

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ଚଳତ ମାସ ୨୦ ଓ ୨୧ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଓଡ଼ିଶା କପ୍ ପେନାଚାକ୍ ସିଲାଟ୍ ପ୍ରତିଯୋଗିତା‌‌ରେ ଝାରସୁଗୁଡ଼ା ବିଜେତା ହୋଇଥିଲା ବେଳେ ଆୟୋଜକ କେନ୍ଦୁଝର ଉପବିଜେତା ହୋଇଛି। ଝାରସୁଗୁଡ଼ା ୩୩ ସ୍ବର୍ଣ୍ଣ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ କେନ୍ଦୁଝର ୧୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୬ କାଂସ୍ୟ ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି। ଖୋର୍ଦ୍ଧା ୧୦ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୫ କାଂସ୍ୟ ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଥିଲା। ଖୋର୍ଦ୍ଧା ଦଳ ନବ କିଶୋର ପାଇକରା, ପ୍ରକାଶ ବେହେରା ଓ ସୁମିତ ନାୟକଙ୍କ ପ୍ରଶିକ୍ଷଣ ତଥା ତତ୍ତ୍ବାବଧାନରେ ଅଂଶଗ୍ରହଣ କରି ଏହି ସଫଳତା ଲାଭ କରିଛି। ଏହି ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଆନନ୍ଦିତା ପାତ୍ର, ପ୍ରକାଶ ବେହେରା, ପ୍ଲିଜାଲିନ ତରାଇ, ଶ୍ୟାମ ଧାରୁଆ, ରଞ୍ଜିତ ନାୟକ, ସାନ ଅଲ୍ ନୱାଜ ଖାନ୍, ଶିବାନୀ ପାତ୍ର, ଦେବେନ୍ଦ୍ର ନାଥ ଧଳ, ହର୍ଷିତା ହରପ୍ରିୟା ଧଳ, ଫର୍ଦିନ ଖାନ୍, ଅନ୍ୱେଶା ହୋତା, ପି. ଶକ୍ତି ପ୍ରୟାସ, ପଲଭ୍ ମହନ୍ନା, ସାଗର ନାରାୟଣ ଜେନା, ଅର୍ପିତା ଜାଲି, ତୁଷାର ବେହେରା, ଚନ୍ଦନ ବେହେରା, ଦୋଲମନି ମାଝୀ, ଵାବୁ କିଶନ ନାୟକ, ସମରେଶ କୁମାର ନନ୍ଦ, ଯଶବନ୍ତ ନାୟକ, ସୁରଜ ମୁଖୀ, ଜଗନ ଲେଙ୍କା, ବିଶ୍ୱପ୍ରକାଶ ଜେନା ପ୍ରମୁଖ। ଜିତେନ୍ଦ୍ର କୁମାର ରାଉତ ସଫଳତାର ସହ ରେଫରି ଦାୟିତ୍ବ ତୁଲାଇ ଉଚ୍ଚପ୍ରଶଂସିତ ହୋଇଥିଲେ। ଦଳର ଏହି ସଫଳତା ଲାଗି ଖୋର୍ଦ୍ଧା ଜିଲ୍ଲା ପେନଚାକ୍ ସିଲାଟ୍ ସଂଘ ସଭାପତି ସାରଦା ପ୍ରସନ୍ନ ଦାସ, ଅଧ୍ୟକ୍ଷ ସଚିନ ମହାପାତ୍ର, ସଂପାଦକ ଜିତେନ୍ଦ୍ର କୁମାର ରାଉତ, ନବକିଶୋର ପାଇକରାୟ, ପ୍ରକାଶ ବେହେରା, ନରେନ ପାତ୍ର, ସନ୍ତୋଷ ଧଳ, ଶୁଭ୍ରଜିତ ଜେନା, ବୁଲୁ ଚମ୍ପତ୍ତି, ପୁର୍ଣ୍ଣ ଚନ୍ଦ୍ର ମହାରଣା, ମୁଖ୍ୟ ପରାମର୍ଶଦାତା ରୁଦ୍ର ସାମନ୍ତରାୟ, ଦେବାଶିଷ ସୁନ୍ଦରାୟ, ବିଶ୍ୱନାଥ ସ୍ୱର୍ଣ୍ଣକର ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe