Vijay Hazare Trophy : ସର୍ଭିସେସକୁ ୪ ଓ୍ବିକେଟରେ ହରାଇଲା ଓଡ଼ିଶା

Advertisment

ଆଲୁରସ୍ଥିତ କେଏସସିଏ କ୍ରିକେଟ ଷ୍ଟାଡିୟମଠାରେ ଶୁକ୍ରବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ –ଡିର ଏକ ମ୍ୟାଚରେ ଓଡ଼ିଶା ସର୍ଭିସେସକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ପରେ ଓଡ଼ିଶା ୪ ପଏଣ୍ଟ ସହ ଗ୍ରୁପ-ଡି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । 

ଆଲୁରସ୍ଥିତ କେଏସସିଏ କ୍ରିକେଟ ଷ୍ଟାଡିୟମଠାରେ ଶୁକ୍ରବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ –ଡିର ଏକ ମ୍ୟାଚରେ ଓଡ଼ିଶା ସର୍ଭିସେସକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ପରେ ଓଡ଼ିଶା ୪ ପଏଣ୍ଟ ସହ ଗ୍ରୁପ-ଡି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । 

rajsh

Rajesh Mohanty takes Hattrick

ବେଙ୍ଗାଲୁର : ଆଲୁରସ୍ଥିତ କେଏସସିଏ କ୍ରିକେଟ ଷ୍ଟାଡିୟମଠାରେ ଶୁକ୍ରବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ଗ୍ରୁପ –ଡିର ଏକ ମ୍ୟାଚରେ ଓଡ଼ିଶା ସର୍ଭିସେସକୁ ୪ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ପରେ ଓଡ଼ିଶା ୪ ପଏଣ୍ଟ ସହ ଗ୍ରୁପ-ଡି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । 

ଆହୁରି ପଢନ୍ତୁ : Shocking Incident: କୁକୁର ପାଇଁ ଚାଲିଗଲା ଜୀବନ: ପୋଷା ପ୍ରାଣୀ ପାଇଁ ପ୍ରାଣ ହାରିଦେଲେ ଦୁଇ ଭଉଣୀ...

ଏହି ମ୍ୟାଚରେ ଓଡ଼ିଶା ଟସ ଜିତି ସର୍ଭିସେସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ସର୍ଭିସେସ୍ ୨୧.୫ ଓଭରରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଓଡ଼ିଶା ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ପୁନମ ପୁନିଆ ସର୍ବାଧିକ ୨୫ ରନ କରିଥିଲେ ଓ ଅର୍ଜୁନ ଶର୍ମା ୧୩ ରନ କରିଥିଲେ । ଓଡ଼ିଶା ପକ୍ଷରୁ ସଂବିତ ବରାଳ ୪ଟି ଓ୍ବିକେଟ ନେଇଥିବାବେଳେ ରାଜେଶ ମହାନ୍ତି ୩ଟି ଓ୍ବିକେଟ ନେଇଥିଲେ । ସେହିପରି ବାଦଲ ବିଶ୍ବାଳ ୨ଟି ଓ୍ବିକେଟ୍ ନେଇଥିଲେ । 

ଆହୁରି ପଢନ୍ତୁ : Prime Minister's National Children's Award: ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା

୮୪ ରନର ବିଜୟ ଲକ୍ଷ୍ୟକୁ ଓଡ଼ିଶା ଦଳ ୨୪.୩ ଓଭରରେ ହାସଲ କରିନେଇଥିଲା । କିନ୍ତୁ ଓଡ଼ିଶାକୁ ଏଥିପାଇଁ ୬ଟି ଓ୍ବିକେଟ ହରାଇବାକୁ ପଡ଼ିଥିଲା । ଓଡ଼ିଶା ପକ୍ଷରୁ ସଂଦୀପ ପଟ୍ଟନାୟକ ୩୨ରନ କରିଥିଲେ ଓ ରାଜେଶ ମହାନ୍ତି ୧୨ ରନ କରିଥିଲେ । ସର୍ଭିସେସ ପକ୍ଷରୁ ପୁନମ ପୁନିଆ ୪ଟି ଓ ନିତିନ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର : ସର୍ଭିସେସ ୮୩ (ଅଲଆଉଟ୍ ୨୧.୫ ଓଭର), ଓଡ଼ିଶା ୮୪/୬ (୨୪.୩ ଓଭର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe