ଭୁବନେଶ୍ୱର: ଖେଲୋ ଇଣ୍ଡିଆ ଜାତୀୟ ଭିନ୍ନକ୍ଷମ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୮ ପଦକ ଜିତିଛି। ଚଳିତ ମାସ ୪ରୁ ୯ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗରରେ ଆୟୋଜିତ ଏହି ପ୍ରତିଯୋଗିତା ଲାଗି ସ୍ପେସାଲ ଅଲିମ୍ପିକ୍ସ ଭାରତ ଓଡ଼ିଶା ପକ୍ଷରୁ ଏକ ୧୨ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ପୁରୀ ଜିଲ୍ଲାର ପ୍ରଭାତ ବରାଳ ବ୍ୟାଡ୍ମିଣ୍ଟନ୍ରେ ଏବଂ ତ୍ରିଲୋଚନ ପ୍ରଧାନ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବଲାଙ୍ଗିରୀର ଅନୁପମା ବେହେରା, ଯୋଗେନ୍ଦ୍ର ଛତ୍ରୀଆ ଯଥାକ୍ରମେ ମହିଳା ଓ ପୁରୁଷ ୨୦୦ ମିଟର ଦୌଡ଼ରେ ଏବଂ ବୋସି ଦଳଗତ (ବରିଷ୍ଠ) ମିଶ୍ରିତ ବର୍ଗରେ କଟକ ଜିିଲ୍ଲା ରୌପ୍ୟ ପଦକ ଜିତିଥିଲା। ୧୦୦ ମିଟର ଦୌଡ଼ରେ ତ୍ରିଲୋଚନ ପ୍ରଧାନ (ପୁରୁଷ) ଓ ଅନୁପମା ବେହେରା (ମହିଳା) ଏବଂ ୨୦୦ ମିଟର ଦୌଡ଼ରେ କଟକର ଧର୍ମେନ୍ଦ୍ର ସାମଲ କାଂସ୍ୟ ପଦକ ପାଇଥିଲେ।
କଟକ ସହାୟର ସସ୍ମିତା ରାଉତରାୟ ଏବଂ ପୁରୀ ଚନ୍ଦନପୁର ଏସ୍ଏଏନ୍ଡିଓ୍ଵାଇପିର ଝସକେତନ ପ୍ରଧାନ ଯଥାକ୍ରମେ ବୋସି ଓ ଦୌଡ଼କୁଦର ପ୍ରଶିକ୍ଷକ ରହିଥିଲେ। ସ୍ପେସାଲ ଅଲିମ୍ପିକ୍ସ ଭାରତର ଜାତୀୟ ପ୍ରଶିକ୍ଷକ ବିବେକାନନ୍ଦ ମହାନ୍ତି ବ୍ୟାଡ୍ମିଣ୍ଟନ୍ ପରିଚାଳନା ଲାଗି ସାଇ ପକ୍ଷରୁ ନିଯୁକ୍ତି ହୋଇଥିଲେ। ବିବେକାନନ୍ଦ ଏହି ଅବସରରେ ଆୟୋଜକ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା ବୋଲି ସ୍ପେସାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ଜଣାଇଛନ୍ତି।
ଖେଲୋ ଇଣ୍ଡିଆ ଜାତୀୟ ଭିନ୍ନକ୍ଷମ କ୍ରୀଡ଼ା ଓଡ଼ିଶାକୁ ୮ ପଦକ
Advertisment
Follow Us