ଓଡ଼ିଶା ପୂର୍ବାଞ୍ଚଳ ବିଜେତା:୨୩ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌

Advertisment
ଓଡ଼ିଶା ପୂର୍ବାଞ୍ଚଳ ବିଜେତା:୨୩ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌

କଟକ: ଓଡ଼ିଶା ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ର ବିଜେତା ହୋଇଛି। ରାଞ୍ଚିରେ ସୋମବାର ଶେଷ ହୋଇଥିବା ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ବିଜୟ ଧାରା ଜାରି ରଖିବା ସହ ଅପରାଜୟ ଭାବେ ପୂର୍ବାଞ୍ଚଳରୁ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। ଆସନ୍ତା ୬ ତାରିଖରେ କାନପୁରରେ ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲା ହେବ। ଉତ୍ତର-ପୂର୍ବ ଓ ବିହାର ଗ୍ରୁପ୍‌ର ବିଜେତାଙ୍କ ସହ ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ କରିବ। ସୋମବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୯୨ ରନ୍‌ରେ ତ୍ରିପୁରାକୁ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଥିଲା। ଓଡ଼ିଶା ଟସ୍‌ ଜିତି ବ୍ୟାଟିଂ କରିଥିଲାବେଳେ ନିର୍ଧାରିତ ଓଭରରେ ୭ ଓ୍ଵିକେଟ ବିନିମୟରେ ୩୦୯ ରନ୍‌ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ଖେଳାଳି ରାଜେଶ ଧୂପର ଓ ସନ୍ଦୀପ ପଟ୍ଟନାୟକ ପ୍ରଥମ ଓ୍ଵିକେଟରେ ୧୬୦ ରନ୍‌ କରିଥିଲେ।

ଶତକ ଅର୍ଜନ କରିଥିବା ଧୂପର ୧୦୧ ରନ୍‌ (୮୬ ବଲ୍‌, ୯ଚୌକା, ୫ଛକା)ରେ ଆଉଟ ହୋଇଥିଲେ। ତାଙ୍କ ପଛକୁ ସନ୍ଦୀପ ୭୬ ରନ୍‌ରେ ପ୍ୟାଭିଲିଅନ୍‌ ଫେରିଥିଲେ। ମଧ୍ୟକ୍ରମରେ ଶୁଭ୍ରାଂଶୁ ସେନାପତି ୨୯, ଦେବେନ୍ଦ୍ର କୁଅଁର ୨୮, ଦେବାଶିଷ ସାମନ୍ତରାୟ ୧୯ ରନ୍‌ କରି ଓଡ଼ିଶାକୁ ୩୦୯ ରନ୍‌ରେ ପହଞ୍ଚାଇଥିଲେ। ନୀଲାମ୍ବୁଜ ବତ୍ସ ୩, ଟିଆର୍‌ ମଣ୍ଡଳ, ଭିକେ ସାହା ଓ ଆର୍‌ଏ ଦେ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ୩୧୦ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ତ୍ରିପୁରା ୨୧୭ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ତ୍ରିପୁରା ନିୟମିତ ଅନ୍ତରାଳରେ ଓ୍ଵିକେଟ ହରାଇଥିଲା। ମଧ୍ୟକ୍ରମରେ ବିବି ଦେବନାଥ ୬୩ ଓ ଏସ୍‌ଏ ଗନ୍‌ ୪୬ ରନ୍‌ କରିଥିଲେ ବି ଦଳକୁ ଜିତାଇବାରେ ଅକ୍ଷମ ହୋଇଥିଲେ। ବିଜୟୀ ଦଳ ପାଇଁ ଦେବବ୍ରତ ପ୍ରଧାନ ୩, ଶୁଭମ୍‌ ନାୟକ ୩, ରାଜକିଶନ ପଟେଲ ୨, ରାହୁଲ ଚୌଧୁରୀ, ଦେବାଶିଷ ସାମନ୍ତରାୟ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ପ୍ରତିଯୋଗିତାରେ ପୂର୍ବରୁ ଓଡ଼ିଶା ଝାଡ଼ଖଣ୍ଡକୁ ୭ ଓ୍ଵିକେଟରେ, ବେଙ୍ଗଲକୁ ୫୨ରନ୍‌ରେ, ଆସାମକୁ ୧୩ରନ୍‌ରେ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe