ଓଏଫ୍‌ସିରୁ ଡି’ସୁଜାଙ୍କୁ ଋଣରେ ନେଲା ‌ଏଫ୍‌ସି ବେଙ୍ଗାଲୁରୁ ୟୁନାଇଟେଡ୍‌

Advertisment
ଓଏଫ୍‌ସିରୁ ଡି’ସୁଜାଙ୍କୁ ଋଣରେ ନେଲା ‌ଏଫ୍‌ସି ବେଙ୍ଗାଲୁରୁ ୟୁନାଇଟେଡ୍‌

ଭୁବନେଶ୍ବର: ଆଗାମୀ ଆଇ-ଲିଗ୍‌ କ୍ବାଲିଫାୟର୍ସ ପାଇଁ ଏଫ୍‌ସି ବେଙ୍ଗାଲୁରୁ ୟୁନାଇଟେଡ୍‌ ଜର୍ଜ ଡି’ସୁଜାଙ୍କୁ ଓଡ଼ିଶା ଏଫ୍‌ସିଠୁ ଋଣରେ ନେଇଛି। ଉଭୟ ଦଳ ଏଥିପାଇଁ ଚୁକ୍ତି କରିବା ପରେ ଡି’ସୁଜା ଏବେ ବେଙ୍ଗାଲୁରୁ ୟୁନାଇଟେଡ୍‌ ପକ୍ଷରୁ ଖେଳିବେ। ଡି’ସୁଜା ତାଙ୍କ ପେସାଗତ ଫୁଟ୍‌ବଲ୍‌ ଜୀବନ ୨୦୧୬ରେ ସ୍ପୋର୍ଟିଂ କ୍ଲୁବ୍‌ ଡି’ଗୋଆରୁ ଆରମ୍ଭ କରିଥିଲେ। ଗୋଆରେ ଜନ୍ମିତ ଡି’ସୁଜା ଏହି କ୍ଲବ୍‌ ପକ୍ଷରୁ ଗୋଆ ‌ପ୍ରଫେସନାଲ ‌ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୨୦ ମ୍ୟାଚ୍‌ ଖେଳି ୪ ଗୋଲ୍‌ କରିବା ସହ ୩ ଗୋଲ୍‌ରେ ନିଜର ସହଭାଗିତା ରଖିଥିଲେ।

ଏହି ସୁନ୍ଦର ପ୍ରଦର୍ଶନ ‌ପରେ ଓଡ଼ିଶା ଏଫ୍‌ସି ୨୦୨୦-୨୧ ଆଇଏସ୍‌ଏଲ୍‌ ଋତୁ ପାଇଁ ତାଙ୍କ ସହ ଚୁକ୍ତି କରିଥିଲା। ଋଣ ଅବଧି ମଧ୍ୟରେ ବେଙ୍ଗାଲୁରୁ ପକ୍ଷରୁ ଭଲ ଖେଳିବା ଲାଗି ଓଡ଼ିଶା ଏଫ୍‌ସି ତାଙ୍କୁ ଶୁଭକାମନା ଜଣାଇଛି। ‘‘ମୁଁ ଏବେ ବେଙ୍ଗାଲୁରୁ ଦଳ ସହ ନୂଆ ଯାତ୍ରା ଲାଗି ପ୍ରସ୍ତୁତ ଅଛି। ସୁଯୋଗ ଦେଇଥିବାରୁ ଓଡ଼ିଶା ଏଫ୍‌ସିକୁ ଧନ୍ୟବାଦ। ଗତ ଋତୁରେ କ୍ଲବ୍‌ ଏବଂ ଓଏଫ୍‌ସି ଅଧିକାରୀ ମୋତେ ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ବହୁତ ଖୁସି। ଆଇ-ଲିଗ୍‌ ଯୋଗ୍ୟତା ଆଶା ନେଇ ବେଙ୍ଗାଲୁରୁ ଦଳ ମୋ ଉପରେ ଯେଉଁ ଭରାସା କରିଛି ତାହା ପୂରଣ କରିବାକୁ ଚେଷ୍ଟା କରିବି’’ ବୋଲି ଡି’ସୁଜା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe