ନଭେମ୍ବର ୨୩ରୁ ଓଡ଼ିଶା ଏଫ୍‌ସିର ଅଭିଯାନ

Advertisment

ଆଇଏସ୍‌ଏଲ୍‌ ସୂଚୀ : ୧୧ ଦଳ ୧୧୫ ମ୍ୟାଚ୍‌; ଗୋଆର ୩ ଷ୍ଟାଡିୟମରେ ସବୁ ମ୍ୟାଚ୍‌

ଆଇଏସ୍‌ଏଲ୍‌ ସୂଚୀ : ୧୧ ଦଳ ୧୧୫ ମ୍ୟାଚ୍‌; ଗୋଆର ୩ ଷ୍ଟାଡିୟମରେ ସବୁ ମ୍ୟାଚ୍‌

ନଭେମ୍ବର ୨୩ରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ବର : ଆସନ୍ତା ମାସ ୨୦ ତାରିଖରୁ ୨୦୨୦-୨୧ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଋତୁ ଆରମ୍ଭ ହେବ। ୧୧ ଦଳକୁ ନେଇ ମୋଟ ‌୧୧୫ ମ୍ୟାଚ୍‌ ଖେଳାଯିବାକୁ ଥିବା ଏହି ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ୧୧ ରାଉଣ୍ଡ ଲାଗି ଶୁକ୍ରବାର ଫୁଟ୍‌ବଲ୍‌ ‌ସ୍ପୋର୍ଟ୍ସ ଡେଭଲପ୍‌ମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ପକ୍ଷରୁ ସୂଚୀ ଘୋଷିତ ହୋଇଛି। ଏଥିରେ ମୋଟ ୫୫ ମ୍ୟାଚ୍‌ ରହିଥିଲା ବେଳେ ୬ଟି ଡବଲ୍‌ ହେଡର (କେବଳ ରବିବାର ଦିନକୁ ଦୁଇଟି ମ୍ୟାଚ୍‌) ଖେଳାଯିବ। ସମସ୍ତ ମ୍ୟାଚ୍‌ ଗୋଆର ୩ଟି ଷ୍ଟାଡିୟମ ଜବାହରଲାଲ ନେହରୁ ଷ୍ଟାଡିୟମ (ଫାଟ୍ରୋଡା), ଜିଏମ୍‌ସି ଷ୍ଟାଡିୟମ (ବାମ୍ବୋଲିମ) ଏବଂ ତିଲକ ମୈଦାନ (ଭାସ୍କୋ)ରେ ଖେଳାଯିବ।

publive-image

ଏହି ସପ୍ତମ ସଂସ୍କରଣ ଉଦ୍‌ଘାଟନୀ ମୁକାବିଲାରେ ବାମ୍ବୋଲିମରେ ଏଟିକେ ମୋହନ ବାଗାନ ଓ କେରଳ ବ୍ଲାଷ୍ଟର୍ସ ମୁହାଁମୁହିଁ ହେବେ। ଓଡ଼ିଶାର ଦଳ ଓଡ଼ିଶା ଏଫ୍‌ସି ନଭେମ୍ବର ୨୩ ତାରିଖରେ ହାଇଦ୍ର‌ାବାଦ ଏଫ୍‌ସି ସହ ଖେଳି ଅଭିଯାନ ଆରମ୍ଭ କରିବ। ଗତ ବର୍ଷ ୧୦ ଦଳ ଏବଂ ୯୫ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ବର୍ଷ ଏସ୍‌ସି ଇଷ୍ଟ ବେଙ୍ଗଲର ଆଇଏସ୍‌ଏଲ୍‌ ପଦାର୍ପଣ ହେବା ସହ ମୋଟ ୧୧୫ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପଏଣ୍ଟ ଟେବୁଲର ଶୀର୍ଷ ୪ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe