ଓଡ଼ିଶା ଏଫ୍‌ସି ପୁଣି ହାରିଲା

Advertisment
ଇତିହାସ ରଚିଲା ହାଇଦ୍ରାବାଦ: ପ୍ରଥମ ଥର ଫାଇନାଲ୍‌ରେ

East Coast Daily English

ଭୁବନେଶ୍ବର: ବିଜୟ ପାଇଁ ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ଗୁରୁବାର ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ୩୧ତମ ମ୍ୟାଚ୍‌ରେ ଅପରାଜେୟ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିଥିଲା। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ୨-୧ ଗୋଲ୍‌ରେ ଓଡ଼ିଶାକୁ ପରାସ୍ତ କରିଥିଲା। ପ୍ରଥାମାର୍ଧରେ ‌ଅଧିନାୟକ ସୁନିଲ ଛେତ୍ରୀ (୩୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ବେଙ୍ଗାଲୁରୁ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ଓଡ଼ିଶା ଅଧିନାୟକ ଷ୍ଟିଭେନ ଟେଲର (୭୧ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ହେଲେ ୭୯ତମ ମିନିଟ୍‌ରେ ସ୍ଲେଇଟନ ସିଲ୍‌ଭା ଆଉ ଏକ ଗୋଲ୍‌ ଦେଇ ବେଙ୍ଗାଲୁରୁକୁ ବିଜୟ ଭେଟି ଦେଇଥିଲେ। ଭାଗ୍ୟ ଖୋଲିବା ଲକ୍ଷ୍ୟ ରଖିଥିବା ଓଡ଼ିଶା ଏଫ୍‌ସି ପୁଣି ପରାଜୟକୁ ଆଦରି ନେଇଇଥିଲା। ୬ ମ୍ୟାଚ୍‌ରୁ ୫ ପରାଜୟ ଓ ଗୋଟିଏ ଡ୍ର’ରୁ ଓଡ଼ିଶା (୧ ପଏଣ୍ଟ୍‌) ଟେବୁଲର ଦଶମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ବେଙ୍ଗାଲୁରୁ ସମାନ ମ୍ୟାଚ୍‌ ଖେଳି ୩ ଲେଖାଏଁ ବିଜୟ ଓ ପରାଜୟରୁ ୧୨ ପଏଣ୍ଟ୍‌ ପାଇ ତୃତୀୟରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe