ରୟ କ୍ରିଷ୍ଣାଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

Advertisment
ରୟ କ୍ରିଷ୍ଣାଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଫିଜିର ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ରୟ କ୍ରିଷ୍ଣାଙ୍କ ସହ ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ଗୋଟିଏ ବର୍ଷ ଲାଗି ଚୁକ୍ତି କରିଛି। ଆଗାମୀ ଡୁରାଣ୍ଡ କପ୍‌ରେ ସେ ଓଡ଼ିଶା ଏଫ୍‌ସି ପକ୍ଷରୁ ଖେଳିବେ। ଫିଜିରେ ଜନ୍ମିତ ରୟ ଯୁବ ବୟସରେ ନିଜର ଚମତ୍କାର ଦେଖାଇ ୨୦୦୮ରେ ନ୍ୟୁଜିଲାଣ୍ଡର ୱାଇଟାକେରେ ୟୁନାଇଟେଡ୍‌ରୁ ପେସାଗତ ଜୀବନ ଆରମ୍ଭ କରିଥିଲେ। ଏହାପରେ ୨୦୧୩ରେ ଅକଲାଣ୍ଡ ସିଟି ଏଫ୍‌ସିରୁ ଖେଳିଥିଲେ। ୨୦୧୯ରେ ଆଇଏସ୍‌ଏଲ୍‌ ଦଳ ଏଟିକେରେ ଯୋଗ ଦେଇଥିଲେ। ଏହି ଦଳ ସହ ୩ ବର୍ଷ ଖେଳିବା ପରେ ୨୦୨୨ରେ ବେଙ୍ଗାଲୁରୁ ଏଫ୍‌ସିରୁ ଖେଳିଥିଲେ। ନିଜର ଆଇଏସ୍‌ଏଲ୍‌ ପଦାର୍ପଣରେ ସେ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ହୋଇଥିଲେ। ୨୦୨୦-୨୧ ଆଇଏସ୍‌ଏଲ୍‌ରେ ସେ ‌ଲିଗ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe