ଓଡ଼ିଶା ଏଫ୍‌ସି; ପରାଜୟରୁ ଆରମ୍ଭ ହେଲା ଆଇଏସ୍‌ଏଲ୍ ଅଭିଯାନ

Advertisment
ଓଡ଼ିଶା ଏଫ୍‌ସି; ପରାଜୟରୁ ଆରମ୍ଭ ହେଲା ଆଇଏସ୍‌ଏଲ୍ ଅଭିଯାନ

ଭୁବନେଶ୍ବର: ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ରେ ଭାଗନେଉଥିବା ଓଡ଼ିଶାର ପ୍ରଥମ ପେସାଦାର ଫୁଟବଲ୍ କ୍ଲବ୍ ‘ଓଡ଼ିଶା ଏଫ୍‌ସି’ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଜାମସେଦପୁରର ଜେଆର୍‌ଡି ଟାଟା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଚଳିତ ବର୍ଷ ପଦାର୍ପଣ କରିଥିବା ଓଡ଼ିଶା ୧-୨ ଗୋଲ୍‌ରେ ଘରୋଇ ଜାମସେଦପୁର ଏଫ୍‌ସିଠୁ ହାରି ଯାଇଛି। ମ୍ୟାଚ୍‌ର ୧୬ତମ ମିନିଟ୍‌ରେ ନୋଏ କୋଷ୍ଟାଙ୍କ ଏକ ସୁ‌ନ୍ଦର ପାସ୍‌କୁ ଫାରୁକ ଚୌଧୁରୀ ଓଡ଼ିଶାର ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଜାମ୍‌ସେଦପୁରକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୩୫ତମ ମିନିଟ୍‌ରେ ଜେରି ମାୱମିଙ୍ଗଥାଙ୍ଗାଙ୍କଙ୍କୁ ଫାଉଲ୍‌ ମାରି ଜାମସେଦପୁରର ବିକାଶ ଜାଇରୁ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ୪୦ତମ ମିନିଟ୍‌ରେ ଆରିଦାଦେ ସାନ୍ତାନା ଏହି ଗୋଲ୍‌ଟିକୁ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ମାୱମିଙ୍ଗଥାଙ୍ଗାଙ୍କ ପାସ୍‌କୁ ସାନ୍ତାନା ‌ଜାମ୍‌ସେଦପୁରର ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଓଡ଼ିଶାକୁ ଏହି ସଫଳତା ଦେଇଥିଲେ। ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ୮୫ତମ ମିନିଟ୍‌ରେ ପିଟିଙ୍କ ଏକ ସୁନ୍ଦରପାସ୍‌କୁ ସର୍ଜିଓ କାଷ୍ଟଲ୍‌ ଗୋଲ୍‌ରେ ପରିଣତ କରି ଜାମସେଦପୁରକୁ ବିଜୟ ଭେଟି ଦେଇଥିଲେ। କାଷ୍ଟଲ୍‌ଙ୍କୁ ମ୍ୟାଚ୍‌ର ଲିମିଟ୍‌ଲେସ୍‌ ଶ୍ରେ‌ଷ୍ଠ ଖେଳାଳି, ମାୱମିଙ୍ଗଥାଙ୍ଗାଙ୍କୁ ଉଦୀୟମାନ ଖେଳାଳି ଏବଂ ଫାରୁକ ଚୌଧୁରୀ ମ୍ୟାଚ୍‌ର ହିରୋ ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe