ପ୍ରଥମରୁ ଝୁଣ୍ଟିଲା ଓଡ଼ିଶା ଏଫ୍‌ସି: ଚେନ୍ନାୟିନ୍ ୩-୨ରେ ବିଜୟୀ

ଚଳିତ ଆଇଏସ୍‌ଏଲ୍ ପେସାଦାର ଫୁଟବଲ୍ ପ୍ରତିଯୋଗିତା ଆରମ୍ଭରୁ ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସିକୁ ବଡ଼ ଧକ୍କା ଲାଗିଛି। ଘରୋଇ ପରିବେଶରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଚେନ୍ନାୟିନ୍‌ଠାରୁ ୨-୩ ଗୋଲ୍‌ରେ ହାରିଯାଇଛି ଓଡ଼ିଶାର ନିଜସ୍ବ କ୍ଲବ୍।

fshfshhfshfs

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍ ପେସାଦାର ଫୁଟବଲ୍ ପ୍ରତିଯୋଗିତା ଆରମ୍ଭରୁ ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସିକୁ ବଡ଼ ଧକ୍କା ଲାଗିଛି। ଘରୋଇ ପରିବେଶରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଚେନ୍ନାୟିନ୍‌ଠାରୁ ୨-୩ ଗୋଲ୍‌ରେ ହାରିଯାଇଛି ଓଡ଼ିଶାର ନିଜସ୍ବ କ୍ଲବ୍। ଫଳରେ ସ୍ଥାନୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଚୂରମାର୍ ହୋଇଯାଇଛି। 

ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରତିଶ୍ରୁତିଭରା‌ ଆରମ୍ଭ କରିଥିଲା। ନବମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଆଗୁଆ ହୋଇଥିଲା। ଏହି ଗୋଲ୍‌ଟି ଡିଏଗୋ ମୌରିସିଓ ଦେଇଥିଲେ। ପ୍ରଥମ ୧୦ ମିନିଟ୍ ଭିତରେ ଆଗୁଆ ହେବା ସହ ପ୍ରଥମାର୍ଦ୍ଧରେ ଘରୋଇ ଦଳ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ଓଡ଼ିଶା ଏଫ୍‌ସି ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲା। ହେଲେ ମଧ୍ୟାନ୍ତର ପରେ ଚେନ୍ନାୟିନ୍ ତାର ଅସଲ ରୂପ ଦେଖାଇଥିଲା। ଆକ୍ରମଣକୁ ଆହୁରି ଶାଣିତ କରି ଓଡ଼ିଶା ଦଳ ଗୋଲ୍‌ ପୋଷ୍ଟ ଉପରେ ଘନଘନ ଆକ୍ରମଣ ଜାରି ରହିଥିଲା। ଯାହାର ଲାଭ ପ୍ରଥମାର୍ଦ୍ଧର ତୃତୀୟ ମିନିଟ୍‌ରେ ହିଁ ତାକୁ ମିଳିଥିଲା। ୪୮ ମିନିଟ୍‌ରେ ଫାରୁକ୍ ଚୌଧୁରୀ ଦେଇଥିବା ଫିଲ୍ଡ ଗୋଲ୍ ବଳରେ ସ୍ଥିତି ବରାବର କରି ନେଇଥିଲା ଚେନ୍ନାଇନ୍। ଫାରୁକ୍ ସେତିକିରେ ଅଟକି ନଥିଲେ।

ବେପରବାହ ଓଡ଼ିଶା ଏଫ୍‌ସି ରକ୍ଷଣଭାଗକୁ ମାତ୍ର ୩ ମିନିଟ୍‌ ପରେ ପୁଣି ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ୫୧ ମିନିଟ୍‌ରେ ଆଉ ଏକ ଗୋଲ୍ ଦେଇ ଚେନ୍ନାଇନ୍‌କୁ ମ୍ୟାଚ୍‌ରେ ପ୍ରଥମ ଥର ଲାଗି ଆଗୁଆ କରି ଦେଇଥିଲେ ସେ। ଏହା ପରେ ଓଡ଼ିଶା ଏଫ୍‌ସି ମଧ୍ୟ ତା’ ଖେଳର ସ୍ତର ବଢ଼ାଇଥିଲା। ହେଲେ ଚେନ୍ନାଇନ୍ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲା। ଦ୍ବିତୀୟାର୍ଦ୍ଧର ଇଞ୍ଜୁରି ଟାଇମ୍‌ର ଶେଷ କ୍ଷଣରେ କ୍ରିଷ୍ଣା ରାୟ ଏକ ଚମତ୍କାର ଗୋଲ୍ ଦେଇଥିଲେ। ହେଲେ ସମୟ ସରି ଯାଇଥିବାରୁ ଓଡ଼ିଶା ଏଫ୍‌ସି ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା। ଫଳରେ ଦଳର ବିଜୟରୁ ଅଭିଯାନ ଆରମ୍ଭ କରିବା ଆଶା‌ ମଉଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe