Zee News
ଭୁବନେଶ୍ବର : ଓଡ଼ିଶା ଏଫ୍ସି ଶୁକ୍ରବାର ପବିତ୍ର ରଥ ଯାତ୍ରା ଅବସରରେ ମହିଳା ଫୁଟ୍ବଲ୍ ଦଳର ଶୁଭାରମ୍ଭ କରିଛି। ଶୁକ୍ରବାର ଏହି ଭୁବନେଶ୍ବରର ଆଇଏସ୍ଏଲ୍ ଦଳ ଏକ ଭିଡିଓ ବାର୍ତ୍ତାରେ ମହିଳା କ୍ରୀଡ଼ାରେ ପ୍ରବେଶ କଲା ବୋଲି ସୂଚନା ଦେଇଛି। ଦଳ ଗଠନ ହେବାର କିଛି ସମୟ ପରେ ମୁଖ୍ୟ ପ୍ରଶିକ୍ଷକଙ୍କ ନାମ ଘୋଷଣା ହୋଇଥିଲା। ପ୍ରଥମ ମୁଖ୍ୟ ପ୍ରଶିକ୍ଷକ ଭାବେ ଏ ଲାଇସେନ୍ସ ପ୍ରଶିକ୍ଷକ ତଥା ପୂର୍ବତନ ଖେଳାଳି କ୍ରିସପିନ ଛେତ୍ରୀ ନିଯୁକ୍ତି ପାଇଥିଲେ। ଛେତ୍ରୀ ଆଇଡବ୍ଲୁଏଲ୍ ଉପବିଜେତା ଦଳ ସେତୁ ମଦୁରାଇ ଏଫ୍ସିର ପ୍ରଶିକ୍ଷକ ଥିଲେ। ପୂର୍ବରୁ ମହିଳା ଦଳ ଗଠନ କରିବାର ଯୋଜନା ରଖିଥିଲା ଓଡ଼ିଶା ଏଫ୍ସି। ହେଲେ କୋଭିଡ ଯୋଗୁଁ ଏହା ହୋଇପାରିନଥିଲା। ଏହି ଦଳ ଆଗମୀ ଓଡ଼ିଶା ଲିଗ୍ରେ ଖେଳି ଆଇଡବ୍ଲୁଏଲ୍ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବ। ‘‘ଅଫିସିଆଲ୍ ଭାବେ ଓଡ଼ିଶା ମହିଳା ଦଳ ଆରମ୍ଭ କରିଥିବାରୁ ବହୁତ ଖୁସି। ଦଳ କିଭଳି ଆଇଡବ୍ଲୁଏଲ୍ ବିଜେତା ହେବ ସେଥିପାଇଁ ଚେଷ୍ଟା କରିବୁ’’ ବୋଲି ଟ୍ବିଟର୍ରେ କ୍ଲବ୍ ମାଲିକ ରୋହନ ଶର୍ମା ପ୍ରକାଶ କରିଛନ୍ତି।
Follow Us