ଫୁଟ୍‌ବଲ୍‌ର ପ୍ରସାର ପାଇଁ ଓଡ଼ିଶା ଏଫ୍‌ସିର ପ୍ରୟାସ

Advertisment
ଫୁଟ୍‌ବଲ୍‌ର ପ୍ରସାର ପାଇଁ ଓଡ଼ିଶା ଏଫ୍‌ସିର ପ୍ରୟାସ

ଭୁ‌ବନେଶ୍ବର: ଫୁଟ୍‌ବଲ୍‌ର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଏଫ୍‌ସି ରେଳ ବିହାରଠାରେ ପୂର୍ବତଟ ରେଳବାଇ ସହିତ ମିଶି ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏଥିରେ ରେଳବାଇ କର୍ମଚାରୀଙ୍କ ପରିବାର ସଦସ୍ୟ ଯୋଡ଼ି ହୋଇଥିଲେ। ୫୦୦ରୁ ଊର୍ଦ୍ଧ୍ବ ପରିବାର ସାମିଲ ହୋଇ ଏହାକୁ ଉପଭୋଗ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ କୁଇଜ୍, ନୃତ୍ୟ ଏବଂ ଫ୍ୟାଶନ୍ ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରପର୍ଟି ବ୍ରାଣ୍ଡ, ଷ୍ଟୋରୀ ଲ୍ୟାବ୍, ତୁସି ମୋଟର୍ସ, ରିଫର୍ମ ଜିମ୍, ଜେ ଆଣ୍ଡ ଟି ଜୁଏଲର୍ସ ଭଳି ବ୍ରାଣ୍ଡ ପ୍ରାୟୋଜକ ଥିଲେ। ଅତିଥିଭାବେ ଓଡ଼ିଶା ଏଫ୍‌ସି ପୁରୁଷ ଦଳର ପ୍ରିନ୍ସଟନ୍‌ ରିବେଲୋ, ଡିଏଗୋ ‌ମୌରିସିଓ ଏବଂ ମହିଳା ଦଳ ସଦସ୍ୟା ବନ୍ୟା କବିରାଜ ଓ କରିସ୍ମା ଓରାମ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦେଶକ ଶୁଭେନ୍ଦୁ ବିଶ୍ୱାଳ, ଅଭିନେତ୍ରୀ ସମର୍ପିତ ଦାଶ ଏବଂ ନୃତ୍ୟଶିଳ୍ପୀ ସ୍ୱାଗତିକା ପଣ୍ଡା ବିଚାରକ ରହିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକଙ୍କ ପାଖେ ଓଡ଼ିଶା ଏଫ୍‌ସି ପହଞ୍ଚିବାକୁ ପ୍ରୟାସ ଆରମ୍ଭ କରିଛି। ଫୁଟ୍‌ବଲ୍‌ର ଲୋକପ୍ରିୟତା ସହ ଏହାର ପ୍ରଚାର ଓ ପ୍ରସାର ପାଇଁ ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରିବାକୁ କ୍ଲବ୍‌ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe