ଓଡ଼ିଶା ଏଫ୍‌ସିର ଚତୁର୍ଥ ପରାଜୟ

Advertisment
ଇତିହାସ ରଚିଲା ହାଇଦ୍ରାବାଦ: ପ୍ରଥମ ଥର ଫାଇନାଲ୍‌ରେ

East Coast Daily English

ଭୁବନେଶ୍ବର: ଆଇଏସ୍‌ଏଲ୍‌-୭ରେ ଓଡ଼ିଶା ଏଫ୍‌ସିର ନିରାଶାଜନକ ଅଭିଯାନ ଜାରି ରହିଛି। ଏହି ଭୁବନେଶ୍ବର ଦଳ ଶନିବାର ନିଜ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି। ଘରୋଇ ଗୋଆ ଏଫସି ୧-୦ ଗୋଲ୍‌ରେ ଓଡ଼ିଶାକୁ ହରାଇ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ୧୧ ଦଳୀୟ ଏହି ପ୍ରତିଯୋଗିତାରେ ଷ୍ଟୁଆର୍ଟ ବକ୍ସଟରଙ୍କ ଦଳ ଦଶମ ସ୍ଥାନରେ ସଂଘର୍ଷ କରୁଛି।

ଗୋଆର ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶନିବାର ମ୍ୟାଚ୍‌ରେ ଏକମାତ୍ର ଗୋଲଟି ତାରକା ଖେଳାଳି ଆଇଗର୍ ଆଙ୍ଗୁଲୋ ସ୍କୋର୍‌ କରିଥିଲେ। ଏକ ଚମତ୍କାର ସମନ୍ବୟ ପରେ ଓଡ଼ିଶା ଏଫସି ଗୋଲରକ୍ଷକଙ୍କୁ ସେ ପରାସ୍ତ କରିବାରେ କୌଣସି ତ୍ରୁଟି କରିନଥିଲେ। ପ୍ରଥମାର୍ଧର ଇନ୍‌ଜ୍ୟୁରି (୪୫+୧ ମିନିଟ୍‌) ଟାଇମ୍‌ରେ ଏହି ଗୋଲଟି ସ୍କୋର୍‌ ହୋଇଥିଲା। ଦ୍ବିତୀୟାର୍ଧରେ ଗୋଆ ଏକାଧିକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଅର୍ଶଦୀପ ସିଂହଙ୍କ ନେତୃତ୍ବରେ ଓଡ଼ିଶା ଏଫସି ଡିଫେଣ୍ଡର ପଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଅଗ୍ରଭାଗ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ରେ ରୂପାନ୍ତର କରିପାରିନଥିଲେ। ଆହତ ଭୀନିତ ରାଏ ଏହି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଦ୍ବିତୀୟାର୍ଧରେ ବକ୍ସଟର ତାଙ୍କୁ ବଦଳାଇଥିଲେ। ରବିବାର ଡବଲ୍ ହେଡର୍‌ ଥିବାବେଳେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫସି-ଚେନ୍ନାୟିନ୍ ଏଫସି (ସଂଧ୍ୟା ୫ଟା) ଏବଂ ବେଙ୍ଗାଲୁରୁ ଏଫସି-କେରଳ ବ୍ଲାଷ୍ଟର୍ସ (ରାତି ୭.୩୦) ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe