ଓଡ଼ିଶା ଏଫ୍‌ସିର ଷଷ୍ଠ ବିଜୟ

Advertisment
ଓଡ଼ିଶା ଏଫ୍‌ସିର ଷଷ୍ଠ ବିଜୟ

ଭୁବନେଶ୍ବର: ଚଳିତ ଆଇଏସ୍ଏଲରେ ସୋମବାର ଓଡ଼ିଶା ଏଫସି ୩-୧ ଗୋଲ୍‌ରେ ପୁରୁଖା ଦଳ ଏସ୍‌ସି ଇଷ୍ଟବେଙ୍ଗଲ୍‌କୁ ପରାସ୍ତ କରି ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ କରିଛି। ୟୋନାଥନ ଡି’ଜେସସ୍‌ଙ୍କ ୨୩ତମ ମିନିଟ୍‌ ଗୋଲ ବଳରେ ଓଡ଼ିଶା ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଆଗୁଅ ରହିଥିଲା। ୬୪ତମ ମିନିଟରେ ଆଣ୍ଟୋନିଓ ପେରୋସେଭିକ୍‌ଙ୍କ ଗୋଲ୍‌ ସହାୟତାରେ ଇଷ୍ଟବେଙ୍ଗଲ୍‌ ମ୍ୟାଚ୍‌କୁ ବରାବର କରି ଦେଇଥିଲା। ଓଡ଼ିଶା ପାଇଁ ୭୫ତମ ମିନିଟରେ ବିଜୟସୂଚକ ଗୋଲଟି ଦେଇଥିଲେ ଜାଭି ହର୍ଣ୍ଣାଣ୍ଡେଜ୍‌। ୮୨ତମ ମିନିଟରେ ଓଡ଼ିଶା ଆଉ ଏକ ନିଶ୍ଚିତ ଗୋଲରୁ ବଞ୍ଚିତ ‌ହୋଇଥି‌ଲା। ବକ୍ସ ବାହାରୁ ଆସି ହର୍ଣ୍ଣାଣ୍ଡେଜ୍‌ ଗୋଲରକ୍ଷକଙ୍କୁ ପରାସ୍ତ କରିଥିଲେ ମଧ୍ୟ ବଲ୍‌ ଗୋଲମୁହାଁ ହେଉଥିବା ବେଳେ ଗୋଲ୍‌ଲାଇନ୍‌ ଉପରୁ ହୀରା ମଣ୍ଡଳ ବଲକୁ କ୍ଲିୟର୍‌ କରି ଦେଇଥିଲେ। ଓଡ଼ିଶା ୧୫ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ୨୧ ପଏଣ୍ଟ୍‌ ପାଇଥିବାରୁ ଆଶା ଉଜ୍ଜୀବିତ କରିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ୍ କିନ୍ତୁ ୧୬ତମ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ସହ ପ୍ଲେ ଅଫ୍‌‌ ଦୌଡ଼ରୁ ବାଦ୍‌ ପଡ଼ିଛି। ହର୍ଣ୍ଣାଣ୍ଡେଜ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe