ଜାତୀୟ କନିଷ୍ଠ ଶିବିର ପାଇଁ ଓଡ଼ିଶାରୁ ୨ ଇଣ୍ଡିଆନ୍ ଆରୋଜ୍‌ରେ ଟଙ୍କଧର

Advertisment
ଜାତୀୟ କନିଷ୍ଠ ଶିବିର ପାଇଁ ଓଡ଼ିଶାରୁ ୨ ଇଣ୍ଡିଆନ୍ ଆରୋଜ୍‌ରେ ଟଙ୍କଧର

କଟକ: ଆସନ୍ତା ବର୍ଷ ଖେଳାଯିବାକୁଥିବା ଏଏଫ୍‌ସି ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ପ୍ରତିଯୋଗିତା ପାଇଁ ଜାତୀୟ ଶିବିରକୁ ଓଡ଼ିଶାରୁ ଦୁଇଜଣଙ୍କୁ ଡକରା ଆସିଛି। ସେମାନେ ହେଲେ ଭୁବନେଶ୍ବରର ର˚ଜନ ସୋରେନ ଓ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସର ଏ ଶିବ ପ୍ରସାଦ। ଏହି ଶିବିର ଶୁକ୍ରବାରଠୁ ଗୋଆରେ ଆରମ୍ଭ ହେବ। ସେହିପରି ଆଇ-ଲିଗ୍‌ ପାଇଁ ଏଆଇଏଫ୍‌ଏଫ୍‌ର କନିଷ୍ଠ ଦଳ ଇଣ୍ତିଆନ ଆରୋଜ୍‌ ପାଇଁ ଓଡ଼ିଶାରୁ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସର ଟଙ୍କଧର ବାଘ୍‌ଙ୍କୁ ମନୋନୀତ କରାଯାଇଛି। ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ତିଆନ୍‌ ଆରୋଜର ଅଭ୍ୟାସ ଆରମ୍ଭ ହେବ। ଟଙ୍କଧର ଗତବର୍ଷ ସାଫ୍ ଯୁବ କପ୍ ଜିତିଥିବା ଭାରତୀୟ ୧୮ ବର୍ଷରୁ କମ୍ ଦଳର ସଦସ୍ୟ ଥିଲେ। କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ହିଁ ଟଙ୍କଧରଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି ତାଙ୍କ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା କହିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଆରୋଜ୍ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଟଙ୍କଧର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe